ଖେଳ

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ସେମି-ଫାଇନାଲ୍‌: ଟସ୍‌ ଜିଣି ନିଉଜିଲାଣ୍ଡ୍‌ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲା ଭାରତ – Ibnodisha

[ad_1]

ମୁମ୍ବାଇ : ଆଜି ମୁମ୍ବାଇର ‘ୱାଙ୍ଖେଡ଼େ ଷ୍ଟାଡିୟମ୍‌’ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆର ପ୍ରଥମ ସେମି-ଫାଇନାଲ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।‘ଟସ୍‌’ ଜିଣିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ପିଚ୍‌ ଭଲ ଥିବା ପରି ମନେ ହେଉଛି। ଆମେ ଯେମିତି ଖେଳୁ, ନିଶ୍ଚୟ ଭଲ ଖେଳିବୁ। ଏ ମ୍ୟାଚ୍‌ ମତେ ୨୦୧୯ରେ ଖେଳିଥିବା ସେମି-ଫାଇନାଲ୍‌ ମ୍ୟାଚ୍‌ କଥା ମନେ ପକାଇ ଦେଉଛି। ପାରଦର୍ଶିତା ବଜାୟ ରଖିଥିବା ଟିମ୍‌ଗୁଡ଼ିକ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ଅନ୍ୟତମ। ଆଜିର ଦିନଟି ଅତି ଗୁରୁତ୍ବପୂର୍ଣ୍ଣ। ସେହି ଟିମ୍‌ ଓ ସେଦିନର ମ୍ୟାଚ୍‌ ବିଷୟରେ ସବୁବେଳେ ଆଲୋଚନା କରୁଥିଲୁ। ଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ମହମ୍ମଦ୍‌ ଶାମି, ଜସ୍‌ପ୍ରିତ୍‌ ବୁମ୍‌ରା, କୁଳଦୀପ ଯାଦବ ଓ ମହମ୍ମଦ୍‌ ସିରାଜ। ନ୍ୟୁଜିଲାଣ୍ଡ୍‌ର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ କହିଛନ୍ତି, ଆମ ପ୍ରଥମେ ବ୍ୟାଟିଙ୍ଗ୍‌ କରିଥାଆନ୍ତୁ। ପରେ ଖେଳିଲେ କାକର ପଡ଼ିବାର ସମ୍ଭାବନା ଅଛି। ବିଚିତ୍ର ସମୟ। ଚାରି ବର୍ଷ ତଳେ ଭିନ୍ନ ସ୍ଥାନରେ ଏକା ପରିସ୍ଥିତି ଆସିଥିଲା। ସେମାନେ ଭଲ କ୍ରିକେଟ୍‌ ଖେଳୁଛନ୍ତି। ଟୁର୍ଣ୍ଣାମେଣ୍ଟ୍‌ ଓ ଟୁର୍ଣ୍ଣାମେଣ୍ଟ୍‌ ମଧ୍ୟରେ ସବୁବେଳେ ପର୍ଯ୍ୟାୟ ସୃଷ୍ଟି କରୁଛନ୍ତି। ଖେଳ ଆରମ୍ଭ ହୋଇଯାଇଥିବାରୁ କ’ଣ ମୁକାବିଲା କରାଯିବା ତାହାର ମୂଲ୍ୟାୟନ କରାଯିବା ଆବଶ୍ୟକ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button