ରାଜ୍ୟ

ପ୍ରେମରେ ବିଫଳ ମହିଳା ପୁଲିସ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ – Ibnodisha

[ad_1]

ଦେଓଗାଁ/ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀ ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଆଲୋଚନା ହେଉଛି। ଗୁରୁତର ଅବସ୍ଥାରେ ମହିଳା ପୁଲିସ ଅଧିକାରୀ କାଜଲ ବାଗଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମହିଳା ବିଭାଗରେ ଭର୍ତ୍ତି କରିଥିବା ଜଣାପଡିଛି। ସେ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ ବୋଲି ଖବର ମିଳିଛି।

ସୂଚନାଯୋଗ୍ୟ ଯେ ସଇଁତଲା ଥାନାରେ ଟ୍ରେନି ସବ ଇନିସ୍ପେକ୍ଟର ଭାବରେ କାର୍ଯ୍ୟ କରୁଥିବା ମହିଳା ପୁଲିସ ଜଣକ ନିଜ କାମ ସାରିବା ନିଜ କ୍ୱାଟରରେ ରହିଥିଲେ। କିନ୍ତୁ ସକାଳୁ ସେ ଠିକ ସମୟରେ ନ ଉଠିବାରୁ ପାଖ ଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ | ଚର୍ଚ୍ଚା ମୁତାବକ ମହିଳା ଅଧିକାରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ଯୋଗୁଁ ବିଷପାନ କରି ଗୁରୁତର ହୋଇପଡିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button