ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା – Ibnodisha

[ad_1]

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଇସିସି ଦିନିକିଆ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପଞ୍ଚମ ମ୍ୟାଚରେ ଧର୍ମଶାଳାଠାରେ ନ୍ୟୁଜିଲାଣ୍ଡକୁ ଭେଟିବ । ବତ୍ତର୍ମାନ ସୁଦ୍ଧା ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଏହି ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ ପଏଣ୍ଟ ଟେବଲର ଶୀର୍ଷ ସ୍ଥାନ ଅଧିକାର କରିବ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ କିୱି ଦଳ ବିପକ୍ଷରେ ଭାରତ ୨୦୦୩ ବିଶ୍ୱକପ୍ ପରଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି । ଯାହା ଚଳିତ ଟୁର୍ଣ୍ଣାମେଣ୍ଟରେ ଏଡାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଖେଳିବ ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ନ୍ୟୁଜିଲାଣ୍ଡ ବାରମ୍ବାର ନିଜର ସ୍ଥିତି ଜାହିର କରିଛି । ବିଶେଷ କରି ଜୁନ୍ ୨୦୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଏବଂ ପରେ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍ ୨୦୨୧ରେ ଗ୍ରୁପ୍ ମ୍ୟାଚରେ ଏହା ସ୍ପଷ୍ଟ ହୋଇଥିଲା । ଗତ ଦଶନ୍ଧି ମଧ୍ୟରେ ଆଇସିସି ଇଭେଣ୍ଟରେ ଭାରତ କ୍ରମାଗତ ଭାବେ ବିପକ୍ଷ ଦଳକୁ ପରାସ୍ତ କରିଆସିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇ ପାରୁନାହିଁ । ୨୦୦୩ ବିଶ୍ୱକପରେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଥିଲା । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ସେବେଠାରୁ ଭାରତ ଆଇସିସି ଇଭେଣ୍ଟରେ ବ୍ଲାକ୍ କ୍ୟାପ୍ ବିପକ୍ଷରେ ପ୍ରତ୍ୟେକ ମୁକାବିଲାରେ ପରାଜୟ ବରଣ କରିଛି । ଦିନିକିଆ କ୍ରିକେଟ୍‌ରେ ଉଭୟଙ୍କ ମଧ୍ୟରେ ୯ଟି ମୁକାବିଲା ହୋଇଥିବା ବେଳେ ଭାରତ ୩ଟି ଓ କିୱି ଦଳ ୫ଟିରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ ଖେଳ ସମ୍ଭବ ହୋଇନଥିଲା ।ଆଇସିସି ଇଭେଣ୍ଟରେ କିୱି ଦଳ ବିପକ୍ଷରେ ଭାରତର ପରାଜୟ

୨୦୦୭ ଟି-୨୦ ବିଶ୍ୱକପ୍‌: ୨୦୦୭ ଟି-୨୦ ବିଶ୍ୱକପରେ ଭାରତର ଏକମାତ୍ର ପରାଜୟ ନ୍ୟୁଜିଲାଣ୍ଡ ହାତରେ ହୋଇଥିଲା । ବ୍ରେଣ୍ଡନ୍ ମ୍ୟାକ୍‌କୁଲମଙ୍କ ୪୫, କ୍ରେଗ୍ ମ୍ୟାକ୍‌ମିଲାନ୍‌ଙ୍କ ୪୪ ଓ ଜାକବ୍ ଓରାମଙ୍କ ୩୫ ରନ୍ ବଳରେ ନ୍ୟୁଜିଲାଣ୍ଡ ୧୯୦ ରନ୍ କରିଥିଲା । ଭାରତ ୫.୫ ଓଭରରେ ୭୬ ରନର ଓପନିଂ ଭାଗୀଦାରି କରିଥିଲେ ୧୦ ରନ୍‌ରେ ହାରିଥିଲା । ଗୌତମ ଗମ୍ଭୀର ୫୧ ଏବଂ ବୀରେନ୍ଦ୍ର ସେହବାଗ ୪୦ ରନ୍ କରିଥିଲେ ।

୨୦୧୬ ଟି-୨୦ ବିଶ୍ୱକପ୍‌: ୨୦୧୬ ବିଶ୍ୱକପରେ ଘରୋଇ ମାଟିରେ ଭାରତର ଅଭିଯାନ ଆରମ୍ଭରୁ ଖରାପ ହୋଇଥିଲା । ନ୍ୟୁଜିଲାଣ୍ଡ ୪୭ ରନରେ ବିଜୟ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲା । ନ୍ୟୁଜିଲାଣ୍ଡକୁ ୭ ଓଭରରେ ୩ ୱିକେଟ୍ ହରାଇ ୩୫ ରନରେ ପହଞ୍ôଚଥିଲା । ହେଲେ ନ୍ୟୁଜିଲାଣ୍ଡର କୋରି ଆଣ୍ଡରସନ୍ ୩୪ , ମିଚେଲ ସାଣ୍ଟନର ୧୮ ଓ ଲ୍ୟୁକ ରୋଞ୍ଚିଙ୍କ ୨୧ ରନ୍ ଶତକ ବଳରେ ୧୨୬ ରନ୍ କରି ପାରିଥିଲା । ଜବାବରେ ଭାରତ ମାତ୍ର ୭୯ ରନ୍ କରିଥିଲା ।
୨୦୧୯ ଦିନିକିଆ ବିଶ୍ୱକପ୍‌: ସେମି ଫାଇନାଲରୁ ଭାରତ ବିଦା

୨୦୧୯ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ପରାସ୍ତ ହେବା ସହ ଏହା ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ମାଞ୍ଚେଷ୍ଟରରେ ଖେଳାଯାଇଥିବା ସେମିଫାଇନାଲରେ ଧୋନି ଦମଦାର ଅର୍ଦ୍ଧଶତକ ମାରିଥିଲେ ମଧ୍ୟ ଭାରତକୁ ଫାଇନାଲରେ ପହଞ୍ଚାଇ ପାରିନଥିଲେ । ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ୮ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା । ଜବାବରେ ଭାରତ ୨୪/୪ରେ ପହଞ୍ôଚଥିଲା ।
ରବୀନ୍ଦ୍ର ଜାଡ଼େଜା ୭୭ ଏବଂ ମହେନ୍ଦ୍ର ସିଂହ ଧୋନି ୫୦ ରନ୍ କରିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଧୋନିଙ୍କ ରନ୍‌ଆଉଟ୍ ଭାରତ ପାଇଁ ବିପଦ ଆଣିଥିଲା । ଭାରତ ୪୯ତମ ଓଭରରେ ୨୨୧ ରନରେ ଅଲଆଉଟ୍ ହୋଇଥିଲା ।

୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ: ହ୍ୟାମ୍ପସାୟାର ବୋଲ୍ ଷ୍ଟାଡିୟମରେ ଶେଷ ମୁହୂର୍ତ୍ତରେ ଭାରତକୁ ଆଠ ୱିକେଟରେ ପରାସ୍ତ କରି ନ୍ୟୁଜିଲାଣ୍ଡ ପ୍ରଥମ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍ ହୋଇଥିଲା । ଅଣମୌସୁମୀ ପାଣିପାଗ ଦ୍ୱାରା ପ୍ରଭାବିତ ମ୍ୟାଚରେ ଭାରତ ମାତ୍ର ୧୭୦ ରନରେ ଅଲ୍‌ଆଉଟ୍ ହୋଇ ୧୩୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଯାହାକୁ ନ୍ୟୁଜିଲାଣ୍ଡ କେନ୍ ୱିଲିଅମସନ୍ ଓ ରସ୍ ଟେଲ୍‌ଙ୍କ ପାଇଁ ହାସଲ କରିଥିଲା
୨୦୨୧ ଟି-୨୦ ବିଶ୍ୱକପ୍‌: ସୁପର-୧୨ ମୁକାବିଲାରେ ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଇଶ ସୋଧିଙ୍କ ଘାତକ ବୋଲିଂ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୧୦ ରନ୍ କରିଥିଲା । ଜବାବରେ ମାର୍ଟିନ୍ ଗୁପ୍ତିଲ ୪୯ ରନ୍ କରି ଦଳ ବିଜୟରେ ମୁଖ୍ୟ ଭୂମିକା ନିଭାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button