ସ୍ୱିଜରଲାଣ୍ଡରୁ ପ୍ରେମିକାଙ୍କୁ ଡକାଇ ଦିଲ୍ଲୀରେ ହତ୍ୟା – Ibnodisha

[ad_1]
ନୂଆଦିଲ୍ଲୀ: ଦିଲ୍ଲୀର ତିଲକ ନଗର ଅଞ୍ଚଳର ଦିଲ୍ଲୀ ମହାନଗର ନିଗମ ପରିଚାଳିତ ସ୍କୁଲ ନିକଟରେ ଜଣେ ମହିଳାଙ୍କ ମୃତଦେହ ମିଳିଛି । ମୃତଦେହ ମିଳିବାର ଗୋଟିଏ ଦିନ ପରେ ପୁଲିସ ଏ ମାମଲାରେ ଗୁରୁପ୍ରୀତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ମହିଳା ଜଣକ ସ୍ୱିଜରଲାଣ୍ଡ ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ତାଙ୍କ ଗୋଡ଼ ଓ ହାତକୁ ଲୁହା ଚେନ୍ରେ ବାନ୍ଧି ହତ୍ୟାକାରୀ ଫିଙ୍ଗି ଦେଇଥିଲା । ଏ ସମ୍ପର୍କରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ସୂଚନା ଅନୁସାରେ ଶୁକ୍ରବାର ସକାଳେ ମହିଳାଙ୍କ ମୃତଦେହ ସ୍କୁଲ ନିକଟରେ ମିଳିଥିଲା । ମୃତଦେହକୁ କାର୍ରେ ଅଣାଯାଇଥିବା ପୁଲିସ ସିସିଟିଭି ଫୁଟେଜ୍ରୁ ଜାଣିବାକୁ ପାଇଥିଲା ।
ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବରରୁ ପୁଲିସ ଡ୍ରାଇଭରକୁ ଚିହ୍ନଟ କରିଥିବା ବେଳେ କାର୍ ମାଲିକଙ୍କ ନିକଟରେ ପହଞ୍ଚିଥିଲା । ତେବେ କାର୍କୁ ସେ ଦୁଇମାସ ପୂର୍ବରୁ ବିକ୍ରି କରିଦେଇଥିବା ସେ କହିଥିଲେ । ତାଙ୍କଠାରୁ ଠିକଣା ନେଇ ପୁଲିସ ଅଭିଯୁକ୍ତ ଗୁରପ୍ରୀତ୍ ସିଂହକୁ ଗିରଫ କରିଥିଲଶ । ଗୁରପ୍ରୀତ୍ ସ୍ୱିଜାରଲାଣ୍ଡରେ ଯୁବତୀଙ୍କୁ ଭେଟିଥିଲା ଏବଂ ଉଭୟ ପରସ୍ପରକୁ ପ୍ରେମ କରୁଥିଲେ । ତେବେ କିଛିଦିନ ପରେ ଯୁବତୀଙ୍କର ଅନ୍ୟ କାହା ସହିତ ସମ୍ପର୍କ ଥିବା ସନ୍ଦେହ କରିବା ପରେ ଗୁରପ୍ରୀତ୍ ତାଙ୍କୁ ଦିଲ୍ଲୀ ଡକାଇ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ତାହା ପୁଲିସ ତଦନ୍ତ କରୁଛି ।
[ad_2]



