ପୁଲୱାମା ଆକ୍ରମଣରେ ସାମିଲ ଦାଉଦ୍ ମଲିକ୍କୁ ହତ୍ୟା – Ibnodisha

[ad_1]
ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀଙ୍କ ହତ୍ୟା ଧାରା ଜାରି ରହିଛି । ଏହି କ୍ରମରେ ଏବେ ଜୈସ୍-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାର୍ର ଘନିଷ୍ଠ ଦାଉଦ୍ ମଲିକ୍ର ନାଁ ଯୋଡ଼ି ହୋଇଛି । ପାକିସ୍ତାନର ଉତ୍ତର ୱଜିରିସ୍ତାନରେ ଦାଉଦ୍ ମଲିକ୍କୁ କେହି ଅଜ୍ଞାତ ଲୋକ ଗୁଳିମାରି ହତ୍ୟା କରିଛନ୍ତି । ଦାଉଦ୍ ପୁଲ୍ୱାମା ଆକ୍ରମଣରେ ସାମିଲ ଥିବା କୁହାଯାଉଛି । ଏହି ଘଟଣାରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ହାଫିଜ୍ ସୟିଦ୍ ମଧ୍ୟ ଆତଙ୍କିତ ହୋଇପଡ଼ିଛି ।
ଏକ ମିଡିଆ ରିପୋର୍ଟ ଅନୁସାରେ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଭାରତୀୟ ସେନା ବାଲାକୋଟ୍ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିବା ବେଳେ ଦାଉଦ୍ ସେଠାରେ ଲୁଚିଥିବା ଭାରତୀୟ ଯାଞ୍ଚ୍ ଏଜେନ୍ସିଙ୍କୁ ସୂଚନା ମିଳିଥିଲା । ଅବଶ୍ୟ ଏହି ଏୟାର୍ ଷ୍ଟ୍ରାଇକ୍ରୁ ସେ ବଞ୍ଚିଯାଇଥିଲା । ମସୁଦ୍ ଆଝାର୍ଙ୍କ ଘନିଷ୍ଠ କୁହାଯାଉଥିବା ଦାଉଦ୍ ମଲିକ୍ ଲସ୍କର-ଏ-ଜଽର୍ ଏବଂ ଲସ୍କର-ଆଇ-ଗାଙ୍ଗ୍ଭି ପରି ଆତଙ୍କୀ ସଂଗଠନ ସହିତ ଜଡ଼ିତ ଥିଲା । ସେ ଆଇଏସ୍ଆଇ ସଂରକ୍ଷଣରେ ପାକିସ୍ତାନରେ ଥିଲା ।
ମସୁଦ୍ ଆଝାର ସହିତ ହାଫିଜ୍ ସୟିଦ୍, ଜାକିର୍ ଉର୍ ରହମାନ୍ ଲଖ୍ବୀ ଏବଂ ଦାଉଦ୍ ଇବ୍ରାହିମ୍ ପରି ଆତଙ୍କୀଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ, ପଠାଣକୋଟ୍ ଆକ୍ରମଣର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ସାହିଦ୍ ଲତିଫ୍କୁ କିଛିଦିନ ତଳେ ପାକିସ୍ତାନରେ ହତ୍ୟା କରାଯାଇଥିଲା ।
[ad_2]




