ଦେଶ

୮ ନୂଆ ଭାଇରସ ଆବିଷ୍କାର କଲେ ଚିନ୍ ବୈଜ୍ଞାନିକ – Ibnodisha

[ad_1]

ବେଜିଂ: ବିଶ୍ୱ କରୋନା ମହାମାରୀ ଓ ଏହାର ନୂଆ ଭାରିଆଣ୍ଟରୁ ମୁକୁଳିଛି । ତଥାପି ବେଳେବେଳେ ସାମ୍ନାକୁ ନୂଆ ଭାରିଆଣ୍ଟକୁ ନେଇ ତଥ୍ୟ ଆସିଥାଏ। ଭାଇରସର ସୃଷ୍ଟିକର୍ତ୍ତା ଚାଇନାକୁ ଦାୟୀ କରାଗଲେ ମଧ୍ୟ ସେ ଏହି ସତ୍ୟକୁ ସବୁବେଳେ ଖଣ୍ଡନ କରିଛି । ତେବେ ଏତେ କଟକଣା ବାଦ-ବିବାଦ ଭିତରେ ବି ବାଦ୍‌ ପଡିନି ଚାଇନା । ଏହାରି ଭିତରେ ଚାଇନା ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି । ବର୍ତ୍ତମାନ ଚାଇନାର ବୈଜ୍ଞାନିକମାନେ ୮ଟି ନୂଆ ଭାଇରସ ଆବିଷ୍କାର କରିଛନ୍ତି ।

କରୋନା ଭଳି ଏହି ନୂଆ ଭାଇରସ ମଣିଷଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିପାରେ, ଯେଉଁଥିପାଇଁ ବିଶ୍ୱରେ ଆଉ ଏକ ମହାମାରୀର ସମ୍ଭାବନା ଦେଖାଯାଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଚାଇନାର ବୈଜ୍ଞାନିକମାନେ ହାଇନାନ ଦ୍ୱୀପରେ ଥିବା ମୂଷାମାନଙ୍କଠାରୁ ୭୦୦ ନମୁନା ସଂଗ୍ରହ କରିଥିଲେ । ସେଥିରୁ ସେମାନେ ଆଠଟି ନୂଆ ଭାଇରସ ପାଇଛନ୍ତି । ସେଥିମଧ୍ୟରୁ ଗୋଟିଏ କରୋନା ଭାଇରସ ସହିତ ସମାନ ଭାରିଆଣ୍ଟ ବୋଲି ସେମାନେ ଦାବି କରିଛନ୍ତି । ଚାଇନା ଆସୋସିଏସନ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହିତ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button