ଥାନା ସମ୍ମୁଖରେ ରାଣୀ ଅରୁନ୍ଧତୀଙ୍କ କୁଶ ପୁତ୍ତଳିକା ଦାହକଲେ ଖପର ସାହି ବାସିନ୍ଦା – Ibnodisha
[ad_1]
ଦେବଗଡ଼ : ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଦେବଗଡ଼ ରାଣୀ ତଥା ସମ୍ବଲପୁର ଲୋକ ସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଖପର ସାହି ଦୁର୍ଗାପୂଜା କମିଟି ପକ୍ଷରୁ ଦେବଗଡ଼ ଆଦର୍ଶ ଥାନା ସମ୍ମୁଖରେ ଅରୁନ୍ଧତୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଛି l ମିଳିଥିବା ସୂଚନା ଅନୁଯାଇ ଗତକାଲି ଖପରସାହି ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି କାର୍ଯ୍ୟକ୍ରମରେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କୁ କମିଟି ପକ୍ଷରୁ ଅତିଥି ଭାବେ ଡକା ଯାଇନଥିଲେ ମଧ୍ୟ ସେ ସେଠାରେ ପହଞ୍ଚି କୁଆଡେ ତାଙ୍କୁ ଅତିଥି କରିବାକୁ କମିଟି ସଦସ୍ୟଙ୍କୁ କହିଥିଲେ l ମାତ୍ର ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ଅତିଥି ଚୟନ ଓ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ତାଙ୍କୁ ଅତିଥି କରିବା ଅସମ୍ଭବ ବୋଲି କମିଟି ପକ୍ଷରୁ କୁହାଯିବାରୁ ଅରୁନ୍ଧତୀ ଉତକ୍ଷିପ୍ତ ହୋଇ କମିଟି ସଦସ୍ୟଙ୍କ ସହ ଯୁକ୍ତିତର୍କ କରିବା ସହ ବିଳମ୍ବିତ ରାତିରେ କମିଟି ସଭାପତି ଓ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଅଟ୍ରୋସିଟି ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ l ଏହାର ପ୍ରତିବାଦରେ ଆଜି ସାହିର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଦେବଗଡ଼ ଥାନାକୁ ଆସି ରାଣୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ କୁଶ ପୁତ୍ତଳିକା ଦାହ କରିଥିଲେ l ଏଥିସହ ମିଥ୍ୟା ମାମଲା ତୁରନ୍ତ ପ୍ରତ୍ୟାହାର ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବା ନେଇ ସାହି ବାସିନ୍ଦା ଚେତାବନୀ ଦେଇଥିଲେ l
[ad_2]