ଭାଷଣ ସମାପ୍ତ ପରେ ମହିଳା ସାଂସଦଙ୍କୁ ‘ଫ୍ଲାଇଙ୍ଗ୍ କିସ୍’ ଦେଲେ ରାହୁଲ ଗାନ୍ଧି : କେନ୍ଦ୍ରମନ୍ତ୍ରୀ – Ibnodisha
[ad_1]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାରଦିନ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି, ‘‘ମୋତେ ଗୋଟିଏ କଥାକୁ ନେଇ ଆପତ୍ତି ରହିଛି। ଯାହା(ରାହୁଲ ଗାନ୍ଧୀ)ଙ୍କୁ ମୋ ପୂର୍ବରୁ କହିବାକୁ ଅନୁମତି ଦିଆଗଲା ସେ ଏଠାରୁ ଯିବା ପୂର୍ବରୁ ଅଭଦ୍ରାମୀ ଦେଖାଇଛନ୍ତି। ଏଭଳି ଅଭଦ୍ରାମୀ ରାହୁଲ ଗାନ୍ଧି ସଂସଦରେ ମହିଳା ସାଂସଦମାନେ ଉପସ୍ଥିତ ଥିବା ବେଳେ ଦେଖାଇଛନ୍ତି । ମହିଳାଙ୍କ ପ୍ରତି ଏଭଳି ଅସଭ୍ୟ ଆଚରଣ ସଂସଦରେ ଆଜି ଯାଏଁ କେବେ ଦେଖିବାକୁ ମିଳିନାହିଁ। ଏଭଳି ଆଚରଣ କେଉଁ ପରିବାରର ଲକ୍ଷଣ, ଯାହା ଆଜି ସାରାଦେଶ ଦେଖୁଛି।’’
ରାହୁଲ ଗାନ୍ଧି ସଂସଦରେ ନିଜ ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କୁ ଦେଖି ଫ୍ଲାଇଙ୍ଗ୍ କିସ୍ ଭଳି ଇଶାରା ଦେଇଥିଲେ । ଲୋକସଭା ଭଳି ମର୍ଯ୍ୟାଦାଜନକ ସ୍ଥାନରେ ଏଭଳି ଅସଭ୍ୟତା କ’ଣ ଗ୍ରହଣୀୟ? ଏଥିପାଇଁ ତାଙ୍କୁ ନିଶ୍ଚୟ ଦଣ୍ଡ ମିଳିବା କଥା ବୋଲି କହିଛନ୍ତି ଇରାନୀ।
ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍ ଦେବା ମାମଲାରେ ବିଜେପି ମହିଳା ସାଂସଦମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବାଚସ୍ପତିଙ୍କ ନିକଟରେ ଦାବି ରଖିଛନ୍ତି ।
ତେବେ ଏହି ଘଟଣାକୁ ନେଇ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ବାଚସ୍ପତି କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
[ad_2]