IBN ଓଡ଼ିଶା ବ୍ୟୁରୋଦୁର୍ଘଟଣାଦେଶ
କାରକୁ ଧକ୍କା ଦେଲା ବସ୍: 6 ମୃତ, 40ରୁ ଅଧିକ ଆହତ

IBN ଓଡିଶା(ବ୍ୟୁରୋ):-ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ବଡ ଦୁର୍ଘଟଣା । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁରର୍ଘଟଣା କନ୍ନୌଜ ଜିଲ୍ଲାର ସୌରିଖ ଥାନାର ସକରାବା ଅଞ୍ଚଳରେ ଘଟିଛି । ରବିବାର ସକାଳ ପାଖାପାଖି 5ଟାରେ ଦୁର୍ଘଟଣା ଘଟିଥିଲା । କୁହାଯାଉଛି ଯେ, ଅନିୟନ୍ତ୍ରିତ ବସ୍ କାରକୁ ଧକ୍କା ଦେଇଥିଲା। ଉଭୟ ବସ୍ ଏବଂ କାର ଖାଲକୁ ଖସି ପଡିଥିଲେ।
ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଏହି ବସ୍ ଦିଲ୍ଲୀରୁ ବିହାରକୁ ଯାଉଥିଲା। ଠିକ୍ ସେତିକିବେଳେ ସୌରିଖ ପୋଲିସ୍ ଷ୍ଟେସନ ନିକଟରେ ଦ୍ରୁତ ଗତିରେ ଆସୁଥିବା ବସ୍ ଅନିୟନ୍ତ୍ରିତ ହୋଇ କାରକୁ ଧକ୍କା ଦେଇ ଖାଲକୁ ଖସିପଡ଼ିଥିଲା।