ଦେଶ
ଦିଲ୍ଲୀରେ ପ୍ରବଳ ବର୍ଷା, ଜଣେ ମୃତ
IBN ଓଡିଶା(ବ୍ୟୁରୋ):-ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ମିଣ୍ଟୋ ରୋଡ୍ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ପ୍ରବଳ ବର୍ଷା ଯୋଗୁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସି ବସ ଏବଂ ଏକ ଅଟୋ ରିକ୍ସା ପାଣିରେ ଫସିରହିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।
ବସ୍ ଛତ ଉପରେ ଫସିରହିଥିବା ଡ୍ରାଇଭର, କଣ୍ଡକ୍ଟର ଏବଂ ଅଟୋ ଡ୍ରାଇଭରଙ୍କୁ ସିଡି ପକାଇ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ହେଲେ କିଛି ସମୟ ପରେ ଏକ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଶବକୁ ପାଣିରୁ ଉଦ୍ଧାର କରାଯିବା ପରେ ମୃତକଙ୍କ ପରିଚୟ କୁନ୍ଦନ ସିଂହ ବୋଲି ଜଣାପଡ଼ିଛି। ସେ ଜଣେ ଅଟୋ ଡ୍ରାଇଭର ଥିଲେ।