ପତ୍ନୀଙ୍କ ଅନ୍ତିମ ସଂସ୍କାରରେ ୟଶଙ୍କୁ ଆଲିଙ୍ଗନ କରି କାନ୍ଦିଲେ କନ୍ନଡ ଅଭିନେତା ବିଜୟ – Ibnodisha
[ad_1]
ଚେନ୍ନାଇ: କିଛି ଦିନ ତଳେ କନ୍ନଡ ସିନେମାର ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ରାଘବେନ୍ଦ୍ରଙ୍କର ବ୍ୟାଙ୍ଗକକରେ ମୃତ୍ୟୁ ହୋଇଥିଲା। ସେଠାକୁ ସେ ଛୁଟି କଟାଇବାକୁ ଯାଇଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ସ୍ପନ୍ଦନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କୁ ଏଭଳି ହଠାତ୍ ହରାଇ ଭାଙ୍ଗିପଡ଼ିଛନ୍ତି ଅଭିନେତା, ଯାହା ଏବେ ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି।
ସ୍ପନ୍ଦନା ରାଘବେନ୍ଦ୍ରଙ୍କର ମୃତଦେହ ବ୍ୟାଙ୍ଗକକରୁ ଭାରତ ଆସିବା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାର ପୂର୍ବରୁ ଶେଷ ଦର୍ଶନ ପାଇଁ ମୃତଦେହକୁ କିଛି ସମୟ ପାଇଁ ସ୍ପନ୍ଦନାଙ୍କ ବାପାଙ୍କ ବାସଭବନରେ ରଖାଯାଇଥିଲା। ଏହି ସମୟରେ ଇଣ୍ଡଷ୍ଟ୍ରିର ଅନେକ କଳାକାର ବିଜୟ ରାଘବେନ୍ଦ୍ରଙ୍କ ଘରେ ପହଞ୍ଚି ସ୍ପନ୍ଦନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କେଜିଏଫ୍ ଷ୍ଟାର ୟଶ ମଧ୍ୟ ସ୍ପନ୍ଦନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଥିଲେ। ୟଶଙ୍କୁ ଦେଖି ବିଜୟ ଭାଙ୍ଗି ପଡ଼ିବା ସହ ତାଙ୍କୁ ଆଲିଙ୍ଗନ କରି କାନ୍ଦିଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ୟଶ ଚାଲି ଚାଲି ବିଜୟଙ୍କ ପାଖକୁ ଆସୁଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଏହା ପରେ ବିଜୟ କାନ୍ଦିବାକୁ ଲାଗୁଛନ୍ତି। ଅଭିନେତାଙ୍କୁ ଏଭଳି କାନ୍ଦୁଥିବାର ଦେଖି ୟଶ ତାଙ୍କୁ ବୁଝାଉଥିବା ଭିଡିଓରେ ଦେଖାଯାଇଛି।
[ad_2]