ମନୋରଞ୍ଜନ

ଖୁବକମ୍ ବୟସରେ ଦୁନିଆକୁ ଅଲବିଦା କହିଲେ ଅଭିନେତା, ଆଗକୁ ଅନେକ କିଛି କରିବାର ଥିଲା ଯୋଜନା….. – Ibnodisha

[ad_1]

ନୂଆଦିଲ୍ଲୀ: ଅଭିନୟ ଦୁନିଆରୁ କ୍ରମାଗତ ଭାବେ ଦୁଃଖଦ ଖବରମାନ ସାମ୍ନାକୁ ଆସୁଛି। କିଛିଦିନ ହେବ ହୃଦଘାତର ଶିକାର ହେବା ହେତୁ କଳାକାରଙ୍କ ମୃତ୍ୟୁ ହେଉଥିବ‌ାର ଖବର ମିଳୁଛି।

ନିକଟରେ ହୃଦଘାତର ଶିକାର ହୋଇ କନ୍ନଡର ଲୋକପ୍ରିୟ ଅଭିନେତା ପୁନିଥ ରାଜକୁମାରଙ୍କ ପରଲୋକ ‌ହୋଇଥିଲା। ଏହି ଦୁଃଖ ଖବରକୁ ଲୋକେ ଭୁଲି ନଥିବା ବେଳେ ପୁଣିଜଣେ କଳାକାରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନ‌ାକୁ ଆସିଛି।

ଉଭୟ ହିନ୍ଦୀ ଓ ତାମିଲ ଟେଲିଭିଜନରେ ଅଭିନେତା ଭାବେ କାମ କରୁଥିବା ପବନ ସିଂହ ହୃଦଘାତର ଶିକ‌ାର ହୋଇଥିଲେ। ଫଳରେ ଅଗଷ୍ଟ ୧୮ ତାରିଖରେ ପବନ ସିଂହ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ୨୫ବର୍ଷ ବୟସର ପବନ ଆଗକୁ ଅନେକ କିଛି କାମ କରିବା ପାଇଁ ଯୋଜନା ରଖିଥିଲେ। ସେସବୁ ଅଧାରେ ରହିଗଲା ବୋଲି ଅଭିନେତାଙ୍କ ପରିବାରଲୋକେ କହିଛନ୍ତି।

ପବନ ସିଂହଙ୍କ ହଠାତ ଏଭଳି ମୃତ୍ୟୁ ଖବରକୁ ଶୁଣି ଅଭିନୟ ଦୁନିଆ ସହିତ ଜଡ଼ିତ ଥିବା ସମସ୍ତ କଳାକାର ସ୍ତବ୍ଧ ‌ହୋଇଯିବା ସହିତ ଅଭିନେତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପବନଙ୍କ ମୃତ୍ୟୁ ଖବରକୁ କେହି ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହା ଗୁଜବ ହୋଇଥ‌ାଉ ବୋଲି କେହିକେହି କହୁଛନ୍ତି।

କିଛିଦିନ ତଳେ କନ୍ନଡ ଅଭିନେତା  ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ ସ୍ପନ୍ଦନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ସ୍ପନ୍ଦନା ଥାଇଲ୍ୟାଣ୍ଡରେ ତାଙ୍କ ପରିବାର ସହିତ ଛୁଟି କାଟିବାକୁ ଯାଇଥିବା ବେଳେ ହୃତଘାତର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button