ରାଜ୍ୟ

ପୁଅ ସହିଦ ହେବାର ୮ ଦିନ ପରେ ଆଖି ବୁଜିଲା ମା’… – Ibnodisha

[ad_1]

କଟକ : ଆଖି ବୁଜିଲେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ ସୁନ୍ଦରୀ ଖୁଣ୍ଟିଆ। କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଛି। ପୁଅ ସହିଦ୍ ହେବା ପରେ ଅଧିକ ଅସୁସ୍ଥ ହୋଇପଡିଥିଲେ ସେ। ଏପରିକି ସେ ଖାଇବା ପିଇବା ମଧ୍ୟ ଛାଡିଦେଇଥିଲେ। ସେଥିପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଶୁକ୍ରବାର ଦିନ ଏସସିବି ମେଡିକାଲକୁ ଅଣାଯାଇଥିଲ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିବା ବେଳେ କଟକ ମେୟର ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ବେଛାସେବୀ ମାନେ ଅନ୍ତିମ ଦର୍ଶନ କରିଛନ୍ତି । ସହିଦ ସୁଶାନ୍ତଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି।ସୂଚନା ଅନୁସାରେ, ପୁଅ ସୁଶାନ୍ତଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ସୁନ୍ଦରୀ ଖୁଣ୍ଟିଆ। ଏ-ପରିକି ସେ ପାକସ୍ଥଳୀରେ କ୍ୟାନସର ହୋଇଥିବା ଯୋଗୁଁ କିଛି ଦିନ ତଳେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଅପରେସନ ହୋଇଥିଲା। କିନ୍ତୁ ସେଠାରେ ସ୍ବାସ୍ଥ୍ଯବସ୍ଥାରେ କୌଣସି ସୁଧାର ନ ଆସିବାରୁ, ପରିବାର ଲୋକେ ତାଙ୍କୁ  ଏସସିବି ମେଡିକାଲକୁ ନେଇ ଆସିଥିଲେ।  ନ୍ୟୁ ମେଡିସିନ ୱାର୍ଡ ର ଆଇସିୟୁ ବେଡ ନମ୍ବର୍ ୫୬ ରେ ସେ ଚିକିତ୍ସିତ ହେଉଥିଲେ। କିନ୍ତୁ ହଠାତ୍ ରକ୍ତଚାପ କମିଯିବାରୁ ଏସସିବି ନ୍ୟୁ ମେଡିସିନ୍ ଆସିୟୁରେ ତାଙ୍କର ମ୍ରୁତ୍ୟୁ ହୋଇଛି। ଖବର ପାଇ କଟକ ମେୟର ସୁବାସ ସିଂହ ସହିଦଙ୍କ ମାଆକୁ ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହା ପରେ ତାଙ୍କ ମ୍ରୁତଦେହକୁ କେନ୍ଦୁଝର ଆନନ୍ଦପୁର ସ୍ଥିତ ନିଜ ପୈତୃକ ଗାଁରେ ଶେଷକ୍ରୁତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି।ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳି ମାଡ଼ରେ ଆହତ ହୋଇଥିଲେ  ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ। ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଥିଲା। ଏହି ସମୟରେ ତାଙ୍କ ଛାତିରେ ଗୁଳି ବାଜିଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ସହିଦ ହୋଇ ଯାଇଥିଲେ।  ପରେ ଚାଇବସା ସିଆରପିଏଫ ଶିବିରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପେର ମରଶରୀରକୁ ଜନ୍ମମାଟି ଅଭିମୁଖେ ପଠାଯାଇଥିଲା। ଭିଟାମାଟିରେ ସହିଦଙ୍କ ମରଶରୀରର ପହଞ୍ଚିବା ପରେ ରାଷ୍ଟ୍ରିୟ ମର୍ଯ୍ୟଦା ସହକାରେ ଶେଷକୃତ୍ୟୁ ହୋଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button