ମନୋରଞ୍ଜନ

ସାହସୀ ଆଇଏଫ୍ଏସ୍: ସୂର୍ଯ୍ୟମୟୀ

ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀଙ୍କ ହାତରେ ଏବେ ବେଶ୍‌ କେତୋଟି ଓଡ଼ିଆ ଛବି ରହିଛି। ଆଉ ଏସବୁ ସିନେମାରେ ବି ତାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ତେବେ ମୁକ୍ତି ପ୍ରତୀକ୍ଷିତ ‘ଶିମ୍‌ଲୀ’ରେ ସେ ଜଣେ ଡିଏଫ୍‌ଓ ଭାବେ ନଜର ଆସିବେ। ତାଙ୍କ ଚରିତ୍ରର ନାଆଁ ରହିଛି ଶିବାନୀ ସାମନ୍ତରାୟ। ଜଣେ ନିର୍ଭୀକ, କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ଆଇଏଫ୍‌ଏସ୍ ଅଧିକାରୀ ଭୂମିକାରେ ପ୍ରଥମ ଥର ଲାଗି ସୂର୍ଯ୍ୟମୟୀଙ୍କୁ ଭେଟିବେ ଦର୍ଶକ। ଶିମିଳିପାଳରେ ଘଟୁଥିବା ଘଟଣା ଉପରେ ଏହାର କଥାବସ୍ତୁ ଆଧାରିତ। ହାତୀଦାନ୍ତ ଓ ବାଘଛାଲ ଚୋରାଚାଲାଣ ଏବଂ ଫରେଷ୍ଟର୍‌ଙ୍କୁ ହତ୍ୟା ଭଳି ଅପରାଧକୁ କିପରି ସାହସର ସହ ସାମ୍ନା କରୁଛନ୍ତି ଡିଏଫ୍‌ଓ ଶିବାନୀ, ତାହା ‘ଶିମ୍‌ଲୀ’ରେ ଦେଖିବାକୁ ମିଳିବ।

ଏଭଳି ଏକ ଭୂମିକାରେ ସୂର୍ଯ୍ୟମୟୀଙ୍କୁ ନିଆଯିବାର କାରଣ ସଂପର୍କରେ ପ୍ରଯୋଜିକା ସ୍ମିତା ରାଉତ କହନ୍ତି, ଏହି ସିନେମାର ସ୍କ୍ରିପ୍ଟ ପ୍ରସ୍ତୁତି ଲାଗି ପ୍ରାୟ ତିନି ବର୍ଷ ସମୟ ଲାଗିଥିଲା। ଆଉ ଡିଏଫ୍‌ଓ ଶିବାନୀ ସାମନ୍ତରାୟ ଚରିତ୍ର ଲାଗି ଆମ ଆଖି ଆଗରେ କେବଳ ସୂର୍ଯ୍ୟମୟୀ ହିଁ ଥିଲେ। ସେ ବି ଚମତ୍କାର ଅଭିନୟ କରିଛନ୍ତି। ସୂର୍ଯ୍ୟମୟୀଙ୍କ ବ୍ୟତୀତ ମନୋଜ ରାଉତ, ଲିପିକା, ଅନୁପ ଶାହା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ବି ଏଥିରେ ନଜର ଆସିବେ। ଏମ୍ ଆର୍ କେ ପ୍ରଡକ୍ସନ୍ସ ବ୍ୟାନର୍‌ରେ ନିର୍ମିତ ‘ଶିମ୍‌ଲୀ’ର ନିର୍ଦ୍ଦେଶକ ଜଣାଶୁଣା ଫିଲ୍ମ ଏଡିଟର୍ ସୁକୁମାର ମଣି। ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର ଏବଂ ସିନେମାଟୋଗ୍ରାଫି କରିଛନ୍ତି ଧ୍ରୁବାନନ୍ଦ ପଣ୍ଡା। ସିନେମାଟି ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ। ଉଲ୍ଲେଖଯୋଗ୍ୟ, ‘ଡାଲଚିନି’ରେ ଉଚ୍ଚକୋଟୀର ଅଭିନୟ ଲାଗି ପ୍ରଥମ ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ସୂର୍ଯ୍ୟମୟୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button