ଦେଶ

ସ୍ତ୍ରୀକୁ ସେକେଣ୍ଡ ହ୍ୟାଣ୍ଡ୍ କହି ସ୍ବାମୀ ଦେବେ ୩ କୋଟି ଜରିମାନା – Ibnodisha

[ad_1]

ମୁମ୍ବାଇ: ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ସ୍ତ୍ରୀଙ୍କୁ ୩ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ହନିମୁନ୍ ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ ବୋଲି କହିଥିଲେ। ଏହା ସହିତ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ମାରଧର ମଧ୍ୟ କରିଥିବା କୋର୍ଟରେ ଅଭିଯୋଗ ହୋଇଥିଲା। କୋର୍ଟ ମାମଲାର ବିଚାର କରି ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ କହିବା ଅପରାଧ ବୋଲି ଦର୍ଶାଇଥିଲେ। ତେବେ ଏବେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅଲଗା ରହୁଛନ୍ତି।
ସ୍ବାମୀ ସ୍ତ୍ରୀ ଉଭୟ ଆମେରିକାର ନାଗରିକ। ସେମାନଙ୍କ ବିବାହ ୩ ଜାନୁୟାରୀ ୧୯୯୪ରେ ମୁମ୍ବାଇରେ ହୋଇଥିଲା। ୨୦୦୫ରେ ସେମାନେ ମୁମ୍ବାଇରେ ରହିବା ଆରମ୍ଭ କରିଥିଲେ। ୨୦୧୪ରେ ସ୍ବାମୀ ଆମେରିକା ଯାଇଥିଲେ। ୨୦୧୭ରେ ସ୍ବାମୀ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ଏକ ମାମଲା ଦାଏର କରିଥିଲେ। ଏହାପରେ ସ୍ତ୍ରୀ ଘରୋଇ ହିଂସା ଅନ୍ତର୍ଗତ ମୁମ୍ବାଇର ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ମାମଲା ଆଣିଥିଲେ। ସ୍ବାମୀ ସ୍ତ୍ରୀଙ୍କ ଚରିତ୍ର ଉପରେ ଅଭିଯୋଗ ଆଣି ସେ ଅନ୍ୟମାନଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ନେଇ ମାମଲା ଦାଏର କରିଥିଲେ। ଏହା ପରେ ସ୍ତ୍ରୀ ଅଭିଯୋଗ ଆଣିଥିଲେ ଯେ, ହନିମୁନ୍ ସମୟରେ ସ୍ବାମୀ ତାଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ ବୋଲି କହିଥିଲେ। କାରଣ ତାଙ୍କର ଏକ ନିର୍ବନ୍ଧ ଭାଙ୍ଗିଯାଇଥିଲା। ଏହି ସହିତ ହନିମୁନ ରାତ୍ରିରେ ସ୍ତ୍ରୀଙ୍କର ଅନ୍ୟମାନଙ୍କ ସହ ସମ୍ପର୍କ ଥିବା ସ୍ବାମୀ କହିଥିଲେ। ସ୍ତ୍ରୀ ଏହା ସ୍ବୀକାର ନ କରିବା ପର୍ଯ୍ୟନ୍ତ ସ୍ବାମୀ ତାଙ୍କୁ ଶୋଇବାକୁ ଦେଇ ନ ଥିଲେ। ୨୦୦୮ରେ ସ୍ବାମୀ ସ୍ତ୍ରୀଙ୍କ ମୁହଁରେ ତକିଆ ଚିପି ରଖି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ସ୍ତ୍ରୀଙ୍କ ପକ୍ଷରୁ ଅଣାଯାଇଥିଲା। ଏହାପରେ ସ୍ତ୍ରୀ ନିଜ ବାପଘରକୁ ଚାଲିଯାଇଥିଲେ। ୨୦୨୩ରେ ଟ୍ରାଏଲ୍ କୋର୍ଟ ସ୍ତ୍ରୀଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସ୍ବାମୀଙ୍କ ଉପରେ ୩ କୋଟି ଟଙ୍କାର ଜରିମାନା ଲାଗୁ କରାଯିବ ସହିତ ଦାଦରରେ ୧,୦୦୦ ବର୍ଗଫୁଟ ବାସସ୍ଥାନ ଅବା ୭୫,୦୦୦ ମାସିକ ଘରଭଡ଼ା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସ୍ତ୍ରୀଙ୍କ ସମସ୍ତ ଅଳଙ୍କାର ଫେରସ୍ତ ସହିତ ମାସିକ ୧,୫୦,୦୦୦ ଭରଣପୋଷଣ ଦେବାକୁ ସ୍ବାମୀଙ୍କୁ କୋର୍ଟ ଆଦେଶ ଦେଇଥିଲେ। ଏହା ପରେ ସ୍ବାମୀ ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ବିଚାର କରି ଟ୍ରାଏଲ୍ କୋର୍ଟଙ୍କ ରାୟକୁ କାଏମ୍ ରଖିବା ସହିତ ସ୍ବାମୀଙ୍କ ପଟିସନ ଗ୍ରହଣ କରିବାକୁ ମନା କରିଛନ୍ତି।

 

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button