ଦେଶ

ଶସ୍ତା ହେଲା ସୁନା ଦର – Ibnodisha

[ad_1]

ନୂଆଦିଲ୍ଲୀ: ଗୁରବାର ଦିନ ଶସ୍ତା ହୋଇଛି ସୁନା ମୂଲ୍ୟ । ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୧ ହଜାର ୪୫୦ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ସୁନା ମୂଲ୍ୟ ୬୧ ହଜାର ୫୯୦ ଟଙ୍କା ଥିଲା । ସେହିପରି ରୂପାର ଦର ମଧ୍ୟ କିଲୋଗ୍ରାମ ପିଛା କମିଯାଇ ୬୯ ହଜାର ହୋଇଯାଇଛି । ୨୨ କ୍ୟାରେଟ ଗୋଲ୍ଡର ମୂଲ୍ୟ ୧୦ ଗ୍ରାମ ପିଛା ୫୯ ହଜାର ୬୯୦, ୨୦ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୪ ହଜାର ୬୯୦ ଟଙ୍କା, ସେହି ଭଳି ୧୮ କ୍ୟାରେଟ ସୁନା ୪୯ ହଜାର ୭୮୯ ଟଙ୍କା ଏବଂ ୧୪ କ୍ୟାରେଟ ସୁନାର ମୂଲ୍ୟ ୩୯ ହଜାର,୬୪୦ ଟଙ୍କା ରହିଛି । ଆନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ସାମାନ୍ୟ ବଢିଥିବା ଦେଖିବାକୁ ମିଳିଛି । ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ଅଂଶ ପିଛା ୦.୧୪ ପ୍ରତିଶତ ସହ ୨୦୦୬.୯୫ ବଢିଛି । ସେହିପରି ରୂପାର ମୂଲ୍ୟ ୨୨.୬୨ ଡଲାର ରହିଛି । ଫେଡ ପକ୍ଷରୁ ସୁଧ ଦରକୁ ସ୍ଥିର ରଖିବା ପରେ ସୁନା ଏବଂ ରୂପା ଏକ ସୀମିତ ଦରରେ କାରବାର କରୁଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button