ଶ୍ରୀକ୍ଷେତ୍ରରେ ଶିଶୁକନ୍ୟା ବିକ୍ରୀ ଅଭିଯୋଗରେ ୩ ଗିରଫ – Ibnodisha

[ad_1]
ପୁରୀ: ଶ୍ରୀକ୍ଷେତ୍ରରେ ଛୁଆ ବିକ୍ରୀ । ପାର୍ବଣ ଋତୁରେ ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର ପାଲଟିଛି ଛୋଟ ପିଲା ବିକ୍ରିର ପ୍ରମୁଖ କେନ୍ଦ୍ର । ଜନ୍ମକଲା ଝିଅକୁ ବିକି ଦେଇଛି ନିଜ ବାପା । ସମୁଦ୍ରକୂଳ ଥାନା ଅନ୍ତର୍ଗତ ଧୋବାଖାଲ ବସ୍ତି ଅଞ୍ଚଳର ଏଭଳି ଅଭିଯୋଗ ଆସିଛି । ମିଳିଥିବା ସୂଚନା ମୁତାବକ, ପୁରୀ ପୋଲିସ ରାଜ୍ୟ ବାହାରୁ ତଥା ବିଶାଖାପାଟନାମରୁ ୧୧ ମାସର ଶିଶୁକନ୍ୟାକୁ ଉଦ୍ଧାର କରିଛି । ଏହି ଘଟଣାରେ ମଧ୍ୟସ୍ଥି ଓ କିଣିଥିବା ଲୋକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ବାପା ପେଣ୍ଠକଟା ଧୋବାଖାଲର ଏମ୍. ନରସିଂହକୁ ପୋଲିସ ଗିରଫ କରିଛି । ଏମ୍. ନରସିଂହ ଙ୍କ ସ୍ତ୍ରୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ନରସିଂହ ନିୟମିତ ଭାବେ ପତ୍ନୀ ଏମ୍. ପୂଜାଙ୍କୁ ଶାରିରୀକ ନିର୍ଯାତନା ଦେଉଥିଲେ । ତଥା ୧୧ ମାସର ଝିଅ ପାଇଁ ଜଣେ ବ୍ୟକ୍ତିଙ୍କୁ ସେ ୮୦ ହଜାର ଟଙ୍କାରେ ବିକ୍ରି କରିଥିବା ସ୍ତ୍ରୀ ଅଭିଯୋଗ ଆଣିଥିଲେ ।
ଅନ୍ୟପଟେ ଗତ ୧୭ ତାରିଖ ପୂର୍ବାହ୍ନରେ ନରସିଂହ ଝିଅକୁ ନେଇ ପେଣ୍ଠକଟା ବଜାରକୁ ଯାଇଥିଲେ । ସନ୍ଧ୍ୟାରେ ଏକାକୀ ଘରକୁ ଫେରିଥିଲେ । ଝିଅ କୁଆଡ଼େ ଗଲା ବୋଲି ସ୍ତ୍ରୀ ପଚାରିଥିଲା ସ୍ୱାମୀକୁ । ପଚାରିବାରୁ ତାକୁ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କାରେ ବିକ୍ରୀ କରିଦେଇଥିବା ପୂଜାଙ୍କୁ କହିଥିଲା ନରସିଂହ । ଏନେଇ ପ୍ରତିବାଦ କରିବାରୁ ପୂଜାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିବା ସେ ଅଭିଯୋଗ କରିଥିଲେ ।ତେବେ ନିଜେ ରୋଜଗାର କରି ଚଳିବା ସହ ଝିଅକୁ ମଣିଷ କରିବେ । ଆଉ ସ୍ୱାମୀଙ୍କ ପାଖକୁ ଯିବେ ନାହିଁ କି ତାଙ୍କ ସହ ରହିବେ ନାହିଁ ବୋଲି କହିଥିଲେ ପୂଜା । ଶେଷରେ ଗୁରୁବାର ଏତଲା ଦେଇଥିଲେ ପୂଜା । ପୋଲିସ ମାମଲା ରୁଜୁ କରି ତ୍ୱରିତ ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ଟିମ ବିକ୍ରୀ ହୋଇଥିବା କନ୍ୟାକୁ ବିଶାଖାପାଟନାମରୁ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ବାପା ଏମ. ନରସିଂହଙ୍କ ସହ ମଧ୍ୟସ୍ଥି ଓ କ୍ରେତାଙ୍କୁ ଗିରଫ କରିଛି ପୋଲିସ । ବସ୍ତି ଅଞ୍ଚଳରେ ଦାରିଦ୍ର୍ୟ, ଅଶିକ୍ଷା ତଥା ନିଶା କାରଣରୁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।
ସେହିପରି ୩ ମାସ ତଳେ ବଳିଆପଣ୍ଡା ବସ୍ତି ଅଞ୍ଚଳରୁ ଜଣେ ଶିଶୁ କନ୍ୟା ଚୋରୀ ହୋଇଥିଲା । ଏଯାଏଁ ତାଙ୍କର ପତ୍ତା ମିଳିନାହିଁ । ଏଭଳି ସ୍ଥଳେ ପୁଣି ଜଣେ ଶିଶୁ କନ୍ୟା ବିକ୍ରୀ ହେବା ଆଲୋଡନ ସୃଷ୍ଟି କରିଛି । ଉଦ୍ଧାର ଶିଶୁ କନ୍ୟାକୁ ମାଙ୍କୁ ହସ୍ତାନ୍ତର କରାଯାଇଛି । ପରେ ଉଭୟ ମା ଓ କନ୍ୟାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା । ମାଙ୍କୁ ପଚରା ଉଚୁରା ପରେ ସେ ନିଜ ଭାଇଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହି ଶିଶୁ କନ୍ୟା ବିକ୍ରୀ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଦାରିଦ୍ର୍ୟ ହେଉ କି ଅଶିକ୍ଷା ପିଲା ବିକ୍ରୀ ଆଇନଗତଃ ଅପରାଧ । ଉଭୟ ବିକୁଥିବା ଅଭିଭାବକ ଓ କିଣିଥିବା ବ୍ୟକ୍ତି ସମ ପରିମାଣରେ ଦୋଷୀ । ପୁରୀ ଭଳି ଧାର୍ମିକ ତଥା ଐତିହ ସହରରେ ଏଭଳି ପିଲା ବିକ୍ରୀ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
[ad_2]




