ରାଜ୍ୟ

ଭିମସାର୍ କର୍ତ୍ତୃପକ୍ଷ-ଓମ୍‌ଟା ମୁହାଁମୁହିଁ – Ibnodisha

[ad_1]

ସଂପାଦକଙ୍କ ସପକ୍ଷରେ ସଂଘ: ଓମଟା ସଭାପତି

ବୁର୍ଲା: ସମସ୍ୟା ଓ ଅପାରଗତା ବିରୋଧରେ ଓମ୍‌ଟା (ଓଡ଼ିଶା ଡାକ୍ତରୀ ଶିକ୍ଷକ ସଂଘ) ସ୍ବର ଉତ୍ତୋଳନ କରିବାରୁ ଭିମ୍‌ସ‌ାର କର୍ତ୍ତୃପକ୍ଷ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି। ଓମ୍‌ଟା ବୁର୍ଲା ଶାଖାର ସଂପାଦକ ଡାକ୍ତର ଜୀନିତା ବାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏପଟେ ଓମ୍‌ଟାର ସଭାପତି ପ୍ରଫେସର ପ୍ରମୋଦ ଶର୍ମା ସଂଘ ସଂପାଦକଙ୍କ ସପକ୍ଷରେ ରହିଛି ବୋଲି କହିବା ପରେ ଭିମ୍‌ସାର ଓ ଓମଟା ଏକପ୍ରକାର ମୁହାଁମୁହିଁ ସ୍ଥିତି ଚାଲି ଆସିଛନ୍ତି।

ପ୍ରତି ମାସ ଭଳି ଏଥର ବି ମାସ ଶେଷ ଦିନ ୩୧ ଅଗଷ୍ଟରେ ଷ୍ଟାଫ୍ ଏକାଡେମିକ୍ ବୈଠକ ଏବଂ ଏହା ପରେ ଓମ୍‌ଟାର ବୈଠକ ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ସହିତ ଭିମସାର୍ ଅଧ୍ୟକ୍ଷା ତଥା ଡିନ୍ ପ୍ରଫେସର ଜୟଶ୍ରୀ ଦୋରା, ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ, କୁଳସଚିବ ପ୍ରଫେସର ଭାବଗ୍ରାହୀ ରଥ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଓମ୍‌ଟା ସଂପାଦକ ଡାକ୍ତର ଜୀନିତା ବାଗ ଏବଂ ଅଧ୍ୟକ୍ଷା ପ୍ରଫେସର ଦୋରା ମୁହାଁମୁହିଁ ହୋଇଥିଲେ। ସପ୍ତମ ବେତନ ଆୟୋଗର ବକେୟା ରାଶି ସମସ୍ତ ସରକାରୀ କର୍ମଚାରୀଙ୍କ ହସ୍ତଗତ ହୋଇଥିବା ବେଳେ ଭିମ୍‌ସାର ଡାକ୍ତରମାନେ କ’ଣ ପାଇଁ ସେମାନଙ୍କ ପୂରା ବକେୟା ରାଶି ପାଇନାହାନ୍ତି ବୋଲି ଡାକ୍ତର ବାଗ ପ୍ରଫେସର ଦୋରାଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ କେବେ ବକେୟା ରାଶିର ୧୦ ପ୍ରତିଶତ ତ କେବେ ୨୦ ପ୍ରତିଶତ ତ ପୁଣି କହିଲେ ୪୦ ପ୍ରତିଶତ ରାଶି ଦିଆଯାଉଛି। ଆଜି ପର୍ଯ୍ୟନ୍ତ କାହିଁକି ପୂରା ଅର୍ଥରାଶି ଦିଆଯାଉ ନାହିଁ ?

ରାଜ୍ୟ ସରକାରଙ୍କ ପକ୍ଷରୁ ପାରା ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନଠାରୁ ଆରମ୍ଭ କରି ପରୀକ୍ଷା କରାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ଡିଏମ୍‌ଏଲ୍‌ଟିଙ୍କ ଆର୍‌ସି ପାଣ୍ଠିରୁ ପ୍ରଦତ୍ତ ପ୍ରୋତ୍ସାହନ ରାଶି ଗଲା ୮ବର୍ଷ ହେଲା କାହିଁକି ମିଳୁ ନାହିଁ? ଭିମସାର୍ କୁଳସଚିବ ପ୍ରଫେସର ଭାବଗ୍ରାହୀ ରଥ ଦୁଇଟି ପ୍ରଶାସନିକ ଦାୟିତ୍ବରେ ରହିଛନ୍ତି। ପ୍ରଫେସର ରଥ ଫାର୍ମlକୋଲୋଜି ବିଭାଗର ମୁଖ୍ୟ ଦାୟିତ୍ୱ ସହ କୁଳସଚିବ ଦାୟିତ୍ୱ ନିର୍ବାହ କରୁଛନ୍ତି। ଫଳରେ ଭିମ୍‌ସାରର ଅନେକ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ହେଉଛି। ନୈତିକତା ଦୃଷ୍ଟିରୁ ଗୋଟିଏ ଦାୟିତ୍ୱ ନିର୍ବାହ କରି ଅନ୍ୟ ପଦ ତ୍ୟାଗ କରିବାକୁ ଡାକ୍ତର ବାଗ ଦାବି କରିଥିଲେ।

ଏଭଳି ସ୍ଥିତିରେ ଭିମ୍‌ସାର ଅଧ୍ୟକ୍ଷା ପ୍ରଫେସର ଦୋରା ଅନ୍ୟ କେତେକ ଆଳ ଦେଖାଇ ଓମ୍‌ଟା ସଂପାଦକ ଡାକ୍ତର ବାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଅଧ୍ୟକ୍ଷ ପ୍ରଫେସର୍‌ ଦୋରାଙ୍କୁ ବାରମ୍ବାର ଯୋଗାଯୋଗ କରାଯିବା ପରେ ବି ସେ ଫୋନ୍ ଉଠାଇନଥିଲେ। ଏପଟେ ଓମ୍‌ଟା ସଭାପତି ଡ. ପ୍ରମୋଦ ଶର୍ମା କହିଛନ୍ତି ଯେ ଡାକ୍ତର ବାଗ କେବଳ ନିଜ ପାଇଁ ନୁହେଁ, ସଂଘର ସବୁ ସଦସ୍ୟଙ୍କ ହକ୍ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ତାଙ୍କ ପକ୍ଷରେ ଓମଟାର ସମସ୍ତ ସଦସ୍ୟ ରହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button