ରାଜ୍ୟ

ନିଆଁଲାଗି ୯ବଖରା ଘର ଭସ୍ମୀଭୂତ – Ibnodisha

[ad_1]

କଣାସ,୦୧/୧୧ : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାହୁପଡ଼ା ଗ୍ରାମରେ ନିଆଁ ଲାଗି ୯ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଖବର ନେବାରେ ଜଣାପଡିଛି ଉକ୍ତ ଗ୍ରାମର ଋଷିଆ ସାହୁ ,କୃତିବାସ ସାହୁ,ନୀଳକଣ୍ଠ ରଣସିଂହ ଓ ଗଣେଶ ରଣସିଂହ ଘରେ ରୋଷେଇ କରୁଥିବା ସମୟରେ ଆକସ୍ମିକ ଭାବେ ଚଳରେ ନିଆଁ ଲାଗିଯିବାରୁ ୯ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ନିଆଁର ପ୍ରକୋପରେ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ହୋଇବେଳେ ଆଉ ଗୋଟିଏ ବାଛୁରୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହିଛି ।ଅନ୍ୟପଟେ ଘରର ଆସବାବପତ୍ର, ଧାନ,ଚାଉଳ ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି ।ଖବରପାଇ କଣାସ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ଘରର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା ।ଏଭଳି ବିପଦ ସମୟରେ ପରିବାର ଲୋକେ ଖୋଲା ଆକାଶ ତଳେ ଦିନ କାଟୁଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button