ରାଜ୍ୟ

ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟରେ ‘ପ୍ରିଭିତ୍ତି-୨୦୨୪

ପିପିଲି: ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌ କମର୍ସ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ଠାରେ ବାର୍ଷିକ ‘ପ୍ରିଭିତ୍ତି ୨୦୨୪’ପାଳନ ଅବସରରେ ‘ଭାରତର ଗତିଶୀଳ ଅଭିବୃଦ୍ଧିରେ ବିନିଯୋଗ ପାଇଁ ଖୋଲା ସୁଯୋଗ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନର ବିଶେଷଜ୍ଞମାନେ ଯୋଗଦେଇ ଭାରତର ଦୃତ ପରିବର୍ତ୍ତନଶୀଳ ଅର୍ଥନୀତି ମଧ୍ୟରେ ସ୍ୱତନ୍ତ୍ର ଭାବେ ବିନିଯୋଗ କରିବାର କୌଶଳ ସଂପର୍କରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମକୁ ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଫାଦର ଏସ୍‌ ଆଣ୍ଟୋନି ରାଜ୍‌ ଉଦ୍‌ଘାଟନ କରିବା ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷାଦାନ, ଗବେଷଣା ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ ଶ୍ରେଷ୍ଠତାର ପ୍ରମାଣ ଦେଇଆସୁଥିବା ବେଳେ ଶିକ୍ଷାଗତ ଉତ୍କର୍ଷତା, ନୈତିକ ନେତୃତ୍ୱ ଏବଂ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ଏହି ବିଶ୍ୱବିଦ୍ୟାଳୟ ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଛି ବୋଲି ସେ ପ୍ରକାଶ କରିଥିଲେ। ‘ପ୍ରିଭିତ୍ତି ୨୦୨୪’ ପାଳନର ଉଦ୍ଦେଶ୍ୟ ଓ ଏହାର ସଫଳତା ସଂପର୍କରେ ସେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ସ୍କୁଲ ଅଫ୍‌ କମର୍ସ ର ଡିନ୍‌ ପ୍ରଫେସର ପ୍ରଦ୍ୟୁମ୍ନ କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ବକ୍ତା ଭାବେ ଶିଳ୍ପ ବିଶେଷଜ୍ଞ ତଥା ଏସ୍‌ବିଆଇ ଜେନେରାଲ ଇନ୍ସୁରାନ୍ସ ର ଫଣ୍ଡ ମ୍ୟାନେଜର ଅଙ୍କିତ ଟିକମାନି, ବାରକ୍ଲେସ ର ଉପାଧ୍ୟକ୍ଷ ସଙ୍କେତ ଶାହ, ଗ୍ରୀନେଜ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ୍‌ ଲିଃର ମ୍ୟାଜେନିଂ ପାର୍ଟନର ଅଭିଜିତ ଯାଦବ ପ୍ରମୁଖ ଯୋଗଦେଇ ‘ମାଷ୍ଟରିଙ୍ଗ ଦି ମାର୍କେଟ୍‌ ସାଇକଲ୍ସ’ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାର ଦ୍ୱିତୀୟ ଅଧିବେଶନରେ ଆର୍‌ଭି କ୍ୟାପିଟାଲ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିଃ ନିର୍ଦ୍ଦେଶକ ଶିବାନନ୍ଦ ସୁବୁଦ୍ଧି, ହିରୋ ମୋଟର୍ସ ର ସିଏଫଓ ରିତେଶ ଅଗ୍ରୱାଲ ଓ ସୋଭରେନ ର ସହଯୋଗୀ ଉପାଧ୍ୟକ୍ଷ ନିକେଶ ଯାଦବ ପ୍ରମୁଖ ଯୋଗଦେଇ ‘ଭାଲ୍ୟୁଏସନ ଅଫ ଆଇପିଓ’ ଉପରେ ଚର୍ଚ୍ଚା କରି ପ୍ରଭାବଶାଳୀ ବିନିଯୋଗର କୌଶଳ ଏବଂ ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣର କୌଶଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲ ଅଫ୍‌ କମର୍ସର ପ୍ରଫେସର ଅଭିମନ୍ୟୁ ସାହୁ, ପ୍ରଫେସର ଦେବୀ ପ୍ରସାଦ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ସ୍କୁଲ ଅଫ୍‌ କମର୍ସର ଛାତ୍ରୀ ଗୌରୀ ମିତ୍ତଲ ଓ ଛାତ୍ର ଦେବାଞ୍ଜନ ବିଶ୍ୱାସ ପରିଚାଳନା କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button