ଅପରାଧ

ଭାଇ-ଭଉଣୀଙ୍କୁ ମାଡ଼ ଘଟଣାରେ ବନ୍ଧା ହେଲେ ବାପା ଓ ସାବତ ମା’ – Ibnodisha

[ad_1]

ଆଠଗଡ଼: ନାବାଳିକା ପୁଅ-ଝିଅଙ୍କୁ ମାଡ଼ ମାରିବା ଘଟଣାରେ ବାପା ଓ ସାବତ ମା’ଙ୍କୁ ଆଠଗଡ଼ ପୁଲିସ ଗିରଫ କରିଛି। ଅନ୍ୟପଟରେ ଏବେବି ୨ଶିଶୁଙ୍କର ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି।

ସୂଚନାଯୋଗ୍ୟ ଗତ ସୋମବାର ଦିନ ଆଠଗଡ଼ ଥାନା ଅନ୍ତର୍ଗତ ଷୋଳଘରିଆ ଗ୍ରାମରେ ଭଡ଼ା ରହୁଥିବା ସୁନୀଲ କୁମାର ନନ୍ଦଙ୍କ ନାବାଳକ ପୁଅ ଓ ଝିଅଙ୍କୁ ସାବତ ମା’  ନିସ୍ତୁକ ମା’ଡ଼ ମାରିଥିଲେ। ମାଡ଼ ମାରିଥିଲେ। ଘଟଣା ପରେ ପୁଲିସ ସାବତ ମା’କୁ ଥାନାରେ ଅଟକ ରଖିଥିଲେ। ନାବାଳକ ପୁ ଓ ଝିଅଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାଡ଼ ଓ ନିର୍ଯ୍ୟାତନା ଦେଵା ଘଟଣାରେ ଦୁଇ ନାବାଳକଙ୍କ ଜନ୍ମିତ ମା’ ସୁହାସିନୀ ନନ୍ଦଙ୍କ ଏତଲାକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ବାପା ସୁନୀଲ ନିଜର ବୋଲେରୋ ଗାଡ଼ିରେ ଭଡା ନେଇ ବାହାରକୁ ଯାଉଥିବା ଵେଳେ ସାବତ ମାଆ ଶିଶୁ ଦୁଇ ଜଣଙ୍କୁଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ସୁହାସିନୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ତଦନ୍ତକାରୀ ସବ୍‌ଇନିସପେକ୍ଟର ଶକୁନ୍ତଳା ଦାସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ବାଙ୍କୀ ଥାନା ଅନ୍ତର୍ଗତ ପାର୍ଥପୁରର ସୁନୀଲ ୨୦୦୮ରେ ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁରର ସୁହାସିନୀଙ୍କୁ ବୈଦିକ ରୀତିର ବିବାହ କରିଥିଲେ। ସେମାନଙ୍କର ୩ଟି ସନ୍ତାନ ଥିଲେ। ତାଙ୍କର ସଂସାର ଠିକ୍ ଥିବା ଵେଳେ ସୁନୀଲ ୨ୟ ପତ୍ନୀ ଗ୍ରହଣ କରିଥିଲେ। ସୁହାସିନୀ ଏହାକୁ ବିରୋଧ କରିବାରୁ ସୁନୀଲ ସୁହାସିନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ବାପ ଘରକୁ ବିଦା କରିଦେଇଥିଲେ। ଏ ବିଷୟରେ ତାଙ୍କର ଛାଡ଼ପତ୍ର ମାମଲା ଜାରି ରହିଛି। ସାନଝିଅ ସୁହାସିନୀଙ୍କ ପାଖରେ ଥିବା ବେଳେ ପୁଅ ଓ ବଡ଼ଝିଅ ବାପା ଓ ସାବତ ମା’ ପାଖରେ ରହୁଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button