ଅପରାଧ

ପ୍ରେମିକାକୁ ଗୁଳି କରି ନିଜେ ଜୀବନ ହାରିଲା ପ୍ରେମିକ – Ibnodisha

[ad_1]

ପାଟନା: ବିହାରରେ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରଥମେ ପ୍ରେମିକାକୁ ଗୁଳି କରି ହତ୍ୟା ଉଦ୍ୟମ କରିବା ପରେ ନିଜକୁ ଗୁଳି କରି ଜୀବନ ହାରିଲା ଯୁବକ । ଏପରି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ମସୌଢି ସ୍ଥିତ ତାରେଗନା ଗ୍ରାମରେ । ଫିଲ୍ମ ଷ୍ଟାଇଲରେ ନିଜ ପ୍ରେମିକାକୁ ଗୁଳି କରିବା ପରେ ନିଜେ ଜୀବନ ହାରିଛି ପ୍ରେମିକ । ତେବେ ହଠାତ୍ ଗୁଳିମାଡ଼ର ଶବ୍ଦ ଶୁଣି ଭୟଭୀତ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଖବର ପାଇ ପୋଲିସ ଘଟଣସ୍ଥାଳରେ ପହଞ୍ଚି ସ୍ଥାନୀୟଲୋକଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ପ୍ରଥମେ ଜଣେ ଯୁବକ ସର୍ବସାଧାରଣରେ ଜଣେ ଯୁବତୀ ଉପରକୁ କରିଥିଲା ଗୁଳିମାଡ଼ । ଗୁଳି ବାଜିବା ମାତ୍ରେ ଯୁବତୀ ଜଣକ ତଳେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ହଠାତ ଗୁଳିର ଶବ୍ଦ ଶୁଣି ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ । ହେଲେ କେହି କିଛି ବୁଝିବା ପୂର୍ବରୁ ପୁଣି ଥରେ ପିସ୍ତଲରୁ ଫୁଟିଥିଲା ଗୁଳି । ନିଜ ମୁଣ୍ଡରେ ବନ୍ଧୁକ ରଖି ଯୁବକ ଜଣକ ଟ୍ରିଗରକୁ ଦବାଇଥିଲେ । ଗୁଳିକାଣ୍ଡ ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଉଭୟଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲ ଯିବା ରାସ୍ତାରେ ହିଁ ଗୁଳିକାଣ୍ଡ ଘଟାଇଥିବା ଯୁବକର ପ୍ରାଣବାୟୁ ଉଡିଯାଇଥିଲା । ତେବେ ବର୍ତ୍ତମାନ ଯୁବତୀ ଜଣଙ୍କର ଅବସ୍ଥାର ସଙ୍କଟାପନ୍ନ ଥିବା ଜଣାପଡିଛି ।

ଅନୁମଣ୍ଡଳ ହସ୍ପିଟାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ପିଏମସିଏଚକୁ ଅଧିକ ଚିକିତ୍ସା ପାଇଁ ରେଫର କରିଛନ୍ତି ଡାକ୍ତର । ନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଏକ ପ୍ରେମ ଜନିତ ବ୍ୟାପାର ହୋଇଥିବା ସନ୍ଦେହ କରୁଛି ପୋଲିସ । ପ୍ରେମ ଜନିତ କୌଣସି କାରଣକୁ ନେଇ ଯୁବକ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଅଧିକ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି ପୋଲିସ । ପୀଡିତା ସୁସ୍ଥ ହେବା ପରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରକୃତରେ କେଉଁ କାରଣକୁ ନେଇ ଏଭଳି ଗୁଳିକାଣ୍ଡ ହୋଇଛି ତାହା ତଦନ୍ତ ପରେ ଖୁବଶୀଘ୍ର ଜଣାପଡିବ ବୋଲି କହିଛି ପୋଲିସ । ତେବେ ଯୁବତୀଙ୍କ ସହ ସଂପୃକ୍ତ ଯୁବକର ପ୍ରେମ ସମ୍ପର୍କ ରହିଥିଲା ନା ଏହା ଏକତରଫା ପ୍ରେମ ଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button