ଅପରାଧ

୫ ଆନ୍ତରାଜ୍ୟ କାର ଲୁଟେରା ଗିରଫ – Ibnodisha

[ad_1]

ଭୁବନେଶ୍ୱର: ୫ ଜଣ ଆନ୍ତରାଜ୍ୟ କାର ଲୁଟେରାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ମହିଳା ଏବଂ ୩ ପୁରୁଷ । ସେମାନେ ହେଲେ ତାମିଲନାଡ଼ୁର ଜାହିଦ୍ ହୁଶେନ୍‌(୪୮), ସାବାନା ସିଦିକି(୪୦), ପଶ୍ଚିମବଙ୍ଗର ଏମଡ଼ି ଫରାଜ କାଲର୍ଶି(୩୭) ଈଶାନ କାଲର୍ଶି(୩୫) ଏବଂ ସାମନ୍ତ ନାଶ୍ରୀନ ବେଗମ୍‌(୪୫) । ସୂଚନାଯୋଗ୍ୟ ଯେ, ଆଜି ସାକାଳେ ପଟିଆରେ ଥିବା କଳିଙ୍ଗ ଗ୍ୟାରେଜ୍ ପାଖରେ ଗୋଟିଏ ଫର୍ଚୁନର କାରରେ କିଛି ବାହାର ରାଜ୍ୟର ଲୋକ ସନ୍ଧେୟଜନକ ଭାବରେ ରହିଥିବା ଚନ୍ଦ୍ରଶେଖରପୁର ଥାନା ପୁଲିସ ଖବର ପାଇଥିଲା । ଖବାର ମୁତାବକ ସେଠାରେ ଚନ୍ଦ୍ରଶେଖରପୁର ଥାନାର ଏକ ଟିମ୍ ପହଞ୍ଚିଥିଲା । ସେମାନଙ୍କୁ ପଚରାଉଚରା ଏବଂ ଗାଡି ଯାଞ୍ଚ ବେଳେ ଗଡ଼ି ଭିତରୁ ୪ ଟି ବାହାର ରାଜ୍ୟର ନମ୍ୱର ପ୍ଲେଟ୍ ପାଇଥିଲା ପୁଲିସ । ଫଳରେ ପୁଲିସ ସେଠାରୁ ସମସ୍ତଙ୍କୁ ଥାନାକୁ ନେଇକି ଆସିଥିଲେ ।

ପୁଲିସ ଗାଡ଼ିଟିର ଗାଜପତ୍ର ଯାଞ୍ଚ ବେଳେ ଜଣା ପଡିଥିଲା ଗାଡ଼ିଟି ଦିଲ୍ଲୀରୁ ଅଭିଯୁକ୍ତମାନେ ଚୋରି କରି ଆଣିଛନ୍ତି । ସେମାନେ ସେଇଭଳି ଭାବରେ ଅନ୍ୟ ଦାମି ଗୋଡି ମଧ୍ୟ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଅଧିକ ଖୋଳତାଡ ପରେ ଜଣା ପଡିଥିଲା ଏହି ଗ୍ୟାଙ୍ଗଟି ଭାରତର ବିଭିନ୍ନ ରାଜ୍ୟରୁ ବହୁମୂଲ୍ୟ ଗାଡି ଚୋରୀ କରି ସେଗୁଡିକୁ ଅନ୍ୟ ରାଜ୍ୟରେ କମ୍ ଦାମରେ ବିକ୍ରି କରିଆସୁଥିଲେ । ଜବତ ହୋଇଥିବା ଫର୍ଚୁନର କାର ଦିଲ୍ଲୀରୁ ଚୋରୀ କରି ବିକ୍ରି କରିବା ପାଇଁ ଭୁବନେଶ୍ୱର ଆସିଥିଲେ । ହେଲେ ସେଥିରେ ସେମାନଙ୍କୁ ସଫଳ କରେଇ ଦେଇ ନଥିଲା କମିଶନରେଟ ପୁଲିସ । ପୁଲିସ ସେମାନଙ୍କୁ କାବୁ କରିବା ପରେ ସେମାନଙ୍କ ଠାରୁ ୩ଟି କାର, ୪ଟି ଜାଲ ନମ୍ବର ପ୍ଲେଟ, ୬ଟି ମୋବାଇଲ ଫୋନ, ଓ ଅନ୍ୟ କାଗଜପତ୍ର ଜବତ କରିଛି । ଏହି ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସମସ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button