ଦେଶ

କୃଷକଙ୍କ ପ୍ରତି ଅନ୍ୟାୟ ହେଲେ ଆମେ ବି ଆନ୍ଦୋଳନରେ ଯୋଗଦେବୁ: ଟିକାୟତ୍‌ – Ibnodisha

[ad_1]

ନୂଆଦିଲ୍ଲୀ : ହରିଆଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶରୁ ଆସିଥିବା ଏହି କୃଷକମାନଙ୍କୁ ଦିଲ୍ଲୀ ଗସ୍ତରୁ ବିରତ ରଖିବା ପାଇଁ ହରିଆଣା ସରକାର ଏବଂ ପୁଲିସ୍ ଏବେ ଜୋରଦାର ପ୍ରୟାସ ଜାରି ରଖିଛି । ଦିଲ୍ଲୀକୁ ସଂଯୋଗ କରୁଥିବା ମାର୍ଗଗୁଡିକୁ ବନ୍ଦ କରିଦିଆଯାଇଛି । ସେହିପରି ରାଜରାସ୍ତାରେ ସିମେଣ୍ଟ ବ୍ୟାରିକେଡ, କଣ୍ଟା ତାର ଆଦି ଲଗାଇଦିଆଯାଇଛି ।

କୃଷକମାନେ ଯେଭଳି ଦିଲ୍ଲୀରେ ପ୍ରବେଶ କରିନପାରିବେ ସେଥିପାଇଁ ସିଙ୍ଗୁ, ଟିକିରି, ଗାଜିପୁର ସୀମାରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ସହ ବ୍ୟାରିକେଡ ଆଦି ଲଗାଯାଇଛି । ଏସବୁ ମଧ୍ୟରେ ଭାରତୀୟ କିଷାନ୍ ୟୁନିଅନ୍ (ବିକେୟୁ) ନେତା ରାକେଶ ଟିକାୟତ୍ ମଧ୍ୟ ଚେତାବନୀ ଦେଇ ଆଜି କହିଛନ୍ତି, ଆବଶ୍ୟକ ହେଲେ ତାଙ୍କ ସଂଘ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବ ।

ଦେଶର ଜଣେ କୃଷକଙ୍କ ପ୍ରତି ଯଦି ଅନ୍ୟାୟ ହେବ କିମ୍ବା ସମସ୍ୟା ଦେଖାଦେବ ତେବେ ସେ ଏବଂ ତାଙ୍କ ସଂଗଠନ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବାକୁ ବାଧ୍ୟହେବ । ଦିଲ୍ଲୀକୁ ଆସି ପ୍ରତିବାଦ ଜଣାଇବା ପାଇଁ ଚାହୁଁଥିବା କୃଷକଙ୍କୁ କାହିଁକି ଅଟକାଇବା ପାଇଁ ଚେଷ୍ଟା କରାଯାଉଛି ବୋଲି ଟିକାୟତ୍ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ ରାକେଶ ଟିକାୟତ୍‌ଙ୍କ ନେତୃ୍‌ତ୍ୱରେ କିଛି କୃଷକ ସଂଗଠନ ସମାନ ଦାବି ଅନ୍ତର୍ଗତ କର୍ଣ୍ଣାଟକରେ ପଦଯାତ୍ରା ଜାରି ରଖିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button