ଦେଶ

ପତ୍ନୀଙ୍କୁ ନିର୍ଯାତନା ଦେବା ମାମଲାରେ ମହମ୍ମଦ ଶାମିଙ୍କୁ କୋର୍ଟରୁ ମିଳିଲା ଜାମିନ୍‌ – Ibnodisha

[ad_1]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର୍‌ ମହମ୍ମଦ ଶାମିଙ୍କୁ ପତ୍ନୀ ନିର୍ଯାତନା ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି। ଶାମିଙ୍କୁ ଅଲିପୁର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ତାଙ୍କ ଜାମିନ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି। ମହମ୍ମଦ ଶାମି କୋର୍ଟରେ ହାଜର ହେବା ସହିତ ନିଜ ଜାମିନ ଆବେଦନ ମଧ୍ୟ ଦାଖଲ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବଂ ପରେ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଅଂଶ ହୋଇଥିବା ମହମ୍ମଦ ଶାମିଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ବୋଲି କୁହାଯାଉଛି। ଶାମିଙ୍କ ସହ ତାଙ୍କ ଭାଇ ମହମ୍ମଦ ହାସିମଙ୍କର ମଧ୍ୟ ଜାମିନ ଆବେଦନକୁ କୋର୍ଟ ଅନୁମୋଦନ କରିଛନ୍ତି। ରିପୋର୍ଟ ମୁତାବକ, ଶାମି ଏବଂ ତାଙ୍କ ଭାଇ ଓକିଲ ସଲିମ ରେହମାନଙ୍କ ସହ କୋର୍ଟରେ ହାଜର ହୋଇଥିଲେ।

ଜାମିନ ମଞ୍ଜୁର ପରେ ମହମ୍ମଦ ଶାମିଙ୍କ ଓକିଲ କହିଛନ୍ତି ଯେ ଶାମି ଏବଂ ତାଙ୍କ ଭାଇ ହାସିମ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। କହି ରଖୁଛୁ, ଶାମିଙ୍କ ପତ୍ନୀ ହସିନ ଜାହାଁ ୨୦୧୮ ମାର୍ଚ୍ଚ ୮ରେ ଶାମି ଏବଂ ତାଙ୍କ ଭାଇଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ହସିନ ଯାଦବପୁର ଥାନାରେ ଏଫଆଇଆର ଦାଖଲ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button