୭୬% ରେଟିଂ ସହ ମୋଦୀ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା – Ibnodisha
[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ବ ନେତାମାନଙ୍କ ମଧ୍ୟରେ ଗ୍ଲୋବାଲ୍ ରେଟିଂରେ ଶୀର୍ଷରେ ରହିଛନ୍ତି। ‘ମର୍ଣ୍ଣିଂ କନ୍ସଲ୍ଟ’ର ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ସହ ସର୍ବାଧିକ ଲୋକପ୍ରିୟ ବିଶ୍ବନେତା ହୋଇଛନ୍ତି। ଗ୍ଲୋବାଲ୍ ରେଟିଂ ତାଲିକାରେ ୨୨ ବିଶ୍ବନେତା ସ୍ଥାନ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ସ୍ବିଜରଲାଣ୍ଡ୍ ରାଷ୍ଟ୍ରପତି ଏଲେନ ବର୍ସେଟ୍। ତାଙ୍କର ଗ୍ରହଣୀୟତା ରେଟିଂ ୬୪ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଗତ କିଛି ବର୍ଷ ହେଲା ଲାଗାତାର ଲୋକପ୍ରିୟ ବିଶ୍ବ ନେତାଙ୍କ ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ୪୪ ପ୍ରତିଶତ ରେଟିଂ ମିଳିଛି ଏବଂ ସେ ଏହି ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି। ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ ମେନୁଅଲ ଲୋପେଜ ୬୧ ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡେ ସିଲ୍ଭା ଚତୁର୍ଥ (୪୯%), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲ୍ବାନିସ୍ ପଞ୍ଚମ (୪୮%) ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଷଷ୍ଠ (୪୨%) ସ୍ଥାନରେ ଅଛନ୍ତି।
[ad_2]