ଦେଶ

ନୁଡୁଲ୍ସ ପ୍ୟାକେଟରୁ ବାହାରିଲା ୨ କୋଟି ଟଙ୍କାର ହୀରା – Ibnodisha

[ad_1]

ମୁମ୍ବାଇ : ନୁଡୁଲ୍ସ ପ୍ୟାକେଟ ଭିତରେ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା। ମୁମ୍ବାଇ ବିମାନ ବନ୍ଦରରେ ନୁଡୁଲ୍ସ ପ୍ୟାକେଟ ଭିତରେ ହୀରା ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ମୁମ୍ବାଇ କଷ୍ଟମ ବିଭାଗର ଟିମ୍‌ ଗିରଫ କରିଛି। କେବଳ ସେତିକି ନୁହେଁ ଯାତ୍ରୀଙ୍କ ଦେହ ଓ ତାଙ୍କ ବ୍ୟାଗ୍ ଭିତରୁ ବିପୁଳ ସୁନା ମଧ୍ୟ ମିଳିଛି।

ଛତ୍ରପତି ଶିବାଜୀ ଟର୍ମିନାଲରେ ମୁମ୍ବାଇରୁ ବ୍ୟାଙ୍କକ୍‌ ଯାଉଥିବା ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ ସୁକ୍ୟୁରିଟି ଚେକ୍‌ ବେଳେ ତାଙ୍କ ନୁଡୁଲ୍ସ ପ୍ୟାକେଟ ଭିତରୁ ପାଖାପାଖି ୨ କୋଟି ଟଙ୍କାର ହୀରା ମିଳିଛି। କେବଳ ସେତିକି ନୁହେଁ ଯାତ୍ରୀଙ୍କ ଦେହ ଓ ବ୍ୟାଗରୁ ୪.୪୪ କୋଟି ଟଙ୍କା ମୂଲ୍ୟର ୬.୮୧୫ କିଲୋଗ୍ରାମ ସୁନା ମଧ୍ୟ ଜବତ ହୋଇଛି। ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଏହି ମାମଲାରେ କଷ୍ଟମ୍ ବିଭାଗ ଉକ୍ତ ଯାତ୍ରୀଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୁମ୍ବାଇ କଷ୍ଟମ ବିଭାଗର ସୁଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରୁ ବ୍ୟାଙ୍କକ ଯାତ୍ରା କରୁଥିବା ଜଣେ ଭାରତୀୟ ନାଗରିକଙ୍କ ଉପରେ ସନ୍ଦେହ ହେବାରକୁ ତାଙ୍କ ଅଟକାଇ ତାଙ୍କ ଟ୍ରଲି ବ୍ୟାଗକୁ ସର୍ଚ୍ଚ କରାଯାଇଥିଲା। ଏହି ସମୟରେ ତାଙ୍କ ବ୍ୟାଗ୍‌ ଭିତରେ ଥିବା ନୁଡୁଲ୍ସ ପ୍ୟାକେଟରେ ହୀରା ମିଳଥିଲା। ପରେ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button