ଦେଶ

୪୦ ଫୁଟ ତଳକୁ ଖସି ପଡିଲା ଶିଶୁ ; ଚାଲିଗଲା ଜୀବନ – Ibnodisha

[ad_1]

ଛତିଶଗଡ : ଛତିଶଗଡ ରାୟପୁରର ସପିଂ ମଲରେ ଘଟିଛି ଅଭାବନୀୟ ଘଟଣା । ମଲର ଏକ୍ସଲେଟରରେ ଚଢୁ ଥିବା ସମୟରେ ବାପା ହାତରୁ ୪୦ ଫୁଟ ତଳକୁ ଖସି ପଡିଲା ୧ ବର୍ଷର ଶିଶୁ । ତେବେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ରାଜନ କୁମାର ନାମକ ଜଣେ ବ୍ୟକ୍ତି ୬ ବର୍ଷର ପୁଅ ଓ ବର୍ଷକର ପୁଅକୁ ଧରି ମଲ୍ ଯାଇଥିଲେ । ଏବଂ ତୃତୀୟ ମହଲାରୁ କିଣାକିଣି ସାରି ସେମାନେ ଏକ୍ସଲେଟର ସାହାର୍ଯ୍ୟରେ ଚତୁର୍ଥ ମହଲାକୁ ଯାଉଥିଲେ । ରାଜନ ସାନ ପୁଅକୁ କୋଳରେ ଧରିଥିବା ବେଳେ ବଡ ପୁଅର ହାତ ଧର୍‌ିଥିଲେ । ଏହି ସମୟରେ ଏକ୍ସଲେଟରରେ ଚଢିବା ପାଇଁ ରାଜନ ବଡ ପୁଅର ହାତ ଧରି ସାହାର୍ଯ୍ୟ କରୁଥିବା ବେଳେ ସାନ ପୁଅ ଠେଲା ମାରି ହାତରୁ ଖସି ପଡିଥିଲା । ଆଖି ପିଛୁଳାକେ ୧ ବର୍ଷର ଶିଶୁ ୪୦ ଫୁଟ ତଳକୁ ଖସିଯାଇଥିଲା । ଏବଂ ଖସିପଡିବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ପିଲାଟିକୁ ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button