ଦେଶ

ଏଲଭିଶଙ୍କ ପରେ ଏବେ ବନ୍ଧା ହେଲେ ଆଉ ୨ ଜଣ – Ibnodisha

[ad_1]

ମୁମ୍ବାଇ : ସାପ ବିଷ ମାମଲାରେ ଫେମସ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଗିରଫ ପରେ ଆକ୍ସନ ମୁଡ୍‌ରେ ରହିଛି ନୋଏଡା ପୁଲିସ। ଏହି ମାମଲାରେ ପୁଲିସ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିଫର ଦୁଇ ଅଭିଯୁକ୍ତ ହେଲେ ଈଶ୍ୱର ଓ ବିନୟ। ଦିଲ୍ଲୀ ଏନ୍‌ସିଆର୍‌, ହରିଆଣାର ଅନେକ ଫାର୍ମ ହାଉସରେ ରେଭ୍‌ ପାର୍ଟିର ଆୟୋଜନ କରୁଥିବା ଅଭିଯୋଗରେ ପୁଲିସ ଈଶ୍ୱର ଓ ବିନୟଙ୍କୁ ଉଠାଇ ନେଇଛି। ସାପ ବିଷ ମାମଲାରେ ଆଗକୁ ଆହୁରି ଅନେକ ଲୋକେ ଗିରଫ ହୋଇପାରନ୍ତି ବୋଲି ପୁଲିସ କହିଛି।ଏହି ମାମଲରେ ବଡ ବଡ ସେଲେବ୍ରିଟିଙ୍କୁ ମଧ୍ୟ ନୋଟିସ କରାଯାଇଛି। ପୁଲିସ ସେମାନଙ୍କୁ ପଚରାଉଚରା ପାଇଁ ଡକାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରି ସାରିଲାଣି। ରେଭ୍‌ ପାର୍ଟିରେ ସାପ ଓ ତା’ର ବିଷ ଚାଲାଣ କରାଯାଇଥିବା ଅଭିଯୋଗରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button