ଦେଶ

ପୁଞ୍ଚରେ ମେହବୁବାଙ୍କୁ ଅଟକାଇଲା ପୋଲିସ; ରାସ୍ତା ମଝିରେ ବସିଲେ – Ibnodisha

[ad_1]

ଶ୍ରୀନଗର: ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ବାଟରେ ଅଟକାଇଲା ପୋଲିସ । ସେ ପୁଞ୍ଚର ଟୋପା ପିର ଅଞ୍ଚଳକୁ ଯାଉଥିବା ବେଳେ ତାଙ୍କୁ ପୋଲିସ ସୁରକ୍ଷା ଦୃଷ୍ଟିରୁ ଯିବାକୁ ଅନୁମତି ନ ଦେବା ପରେ ମେହବୁବା ଓ ତାଙ୍କ ସମର୍ଥକମାନେ ରାଜୌରି-ପୁଞ୍ଚ ହାଇୱେରେ ବସି ଧାରଣା ଦେଇଛନ୍ତି । ଭାରତୀୟ ସେନା ହେପାଜତରେ ରହି କିଛି ନାଗରିକଙ୍କ ମୃତ୍ୟୁ ଘଟିବା ପରେ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ଲାଗି ଟୋପା ପିରକୁ କିଛି ସମର୍ଥକଙ୍କ ସହ ଯାଉଥିଲେ ମେହବୁବା ।

ଅଧା ବାଟରେ ମେହବୁବାଙ୍କୁ ସୁରକ୍ଷା ଦୃଷ୍ଟିରୁ ଡିକେଜି ରୋଡ ନିକଟରେ ପୋଲିସ ଅଟକ ରଖିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେପି ଅଧ୍ୟକ୍ଷ ରବିନ୍ଦର ରୈନା ଏଠାକୁ ଆସିପାରିବେ, ନ୍ୟାସନାଲ କନଫରେନ୍ସର ନେତାମାନେ ଏଠାକୁ ଆସିପାରିବେ । ସେମାନଙ୍କ ପାଇଁ କୌଣସି ବିପଦ ନାହିଁ । ହେଲେ ମୋତେ ଏଠାରେ ସୁରକ୍ଷା ଦୃଷ୍ଟିରୁ ଅଟକାଯାଇଛି । ମୋତେ ଲାଗୁଛି ଏଠାରେ ସବୁଠୁ ବଡ଼ ବିପଦ ଏଠାକାର ଲୋକେ । ସେମାନେ ଚାହୁଁନାହାନ୍ତି ଆମେ ଶୋକ ସନ୍ତପ ପରିବାରକୁ ଭେଟୁ । ଆଜି ଆମକୁ ନିଜ ଜନ୍ମମାଟିକୁ ଯିବାକୁ ଅନୁମତି ନାହିଁ । ମୁଁ ରାତି ପର୍ଯ୍ୟନ୍ତ ଏଠାରେ ଧାରଣାରେ ବସିବି ।

ସେ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, “ମୁଁ ଜାଣିପାରୁନାହିଁ ଏଠାକାର ପ୍ରଶାସନ ମୋତେ ଏତେ ଭୟ କାହିଁକି କରେ ? ଏଠାରେ ମୋ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ, ତଥାପି ମୋତେ ଯିବାକୁ ଅନୁମତି ଦିଆଯାଉନାହିଁ । ଏହି ଅଞ୍ଚଳରେ ସ୍ୱାଭାବିକ ଭାବେ ଯାତାୟାତ ହେଉଛି । ଅନ୍ୟ ନେତାମାନେ ଶୋକସନ୍ତପ ପରିବାରକୁ ଭେଟୁଛନ୍ତି । ହେଲେ କେବଳ ମୋତେ ସେଠାକୁ ଯିବାକୁ ଅନୁମତି ନାହିଁ । ସେଠାକୁ ଗଲେ ସେମାନଙ୍କର ଗୁପ୍ତ ତଥ୍ୟ ସାର୍ବଜନୀନ ହୋଇଯିବ । ମେହବୁବା ଭାରତୀୟ ସେନା ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନା ଲୋକଙ୍କୁ ଅତ୍ୟାଚାର ଦେଉଛି । ଏପରିକି ଏହି ନିର୍ଯାତିତ ଲୋକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ଅଛନ୍ତି । ଏପରିକି ସେମାନଙ୍କୁ ଭୟଭୀତ ମଧ୍ୟ କରାଯାଇଛି । ମେହବୁବାଙ୍କ ଏପରି ମନ୍ତବ୍ୟ ଉପରେ ସ୍ଥାନୀୟ ପ୍ରଶାସନ କିମ୍ବା ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ରିପୋର୍ଟ ଅନୁସାରେ ଆର୍ମି ହେପାଜତରେ ୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଉକ୍ତ ପରିବାରକୁ ଭେଟିବା ଲାଗି ମେହବୁବା

The post ପୁଞ୍ଚରେ ମେହବୁବାଙ୍କୁ ଅଟକାଇଲା ପୋଲିସ; ରାସ୍ତା ମଝିରେ ବସିଲେ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button