ଦେଶ

୧୦୦ କୋଟି ଟଙ୍କାର ରେକର୍ଡ ପାର୍‌ କଲା ‘ସାଲାର୍‌’ – Ibnodisha

[ad_1]

ମୁମ୍ବାଇ: ୨୦୨୩ ଚଳଚ୍ଚିତ୍ର ଶିଳ୍ପ ପାଇଁ ଶୁଭ ପ୍ରମାଣିତ ହୋଇଛି। ପୂର୍ବରୁ ଅନେକ ସିନେମା ବକ୍ସଅଫିସ୍ କଳେକସନ୍‌ରେ ରେକର୍ଡ ଭଙ୍ଗ କରି ସାରିଥିବା ବେଳେ ଏବେ ସେହି ଦୌଡ଼ରେ ପ୍ରଭାସଙ୍କ ‘ସାଲାର୍‌’ ବି ସାମିଲ୍‌ ହୋଇଛି।ପ୍ରଥମ ଦିନରେ ଏହିବର୍ଷର ସବୁଠାରୁ ଅଧିକ ଆୟ କରିଥିବା ସିନେମା ବନିପାରିଛି ‘ସାଲାର୍‌’। ରିଲିଜ୍‌ ହେବାର ୧୦ ଦିନ ପରେ ଏବେ ବି ଦର୍ଶକଙ୍କ ମନ ଜିତୁଛି ପ୍ରଭାସଙ୍କ ସିନେମା। ଦ୍ବିତୀୟ ଶୁକ୍ରବାରରେ ପ୍ରଭାସଙ୍କ ଅଭିନୀତ ଏହି ସିନେମା ବକ୍ସ ଅଫିସ୍‌ରେ ଧମାଲ୍‌ ମଚାଇଛି।

‘ସାଲାର୍’ର ଭାରତରେ କଲେକ୍ସନ ତ ବଢ଼ିବାରେ ଲାଗିଛି, ଏହାସହ ସିନେମାର ହିନ୍ଦୀ ଭର୍ସନର ରୋଜଗାର ବି କିଛି କମ୍‌ ନୁହେଁ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦ୍ବିତୀୟ ଶୁକ୍ରବାରରେ ୧୦ କୋଟି ଟଙ୍କା ନଗଦ ରୋଜଗାର କରି ହିନ୍ଦୀ ଭର୍ସନରେ ୧୦୦ କୋଟି ଟଙ୍କା ଆୟ କରିଥିବା ଫିଲ୍ମ ବନିପାରିଛି ‘ସାଲାର୍‌’।

ଶାହରୁଖ ଖାନଙ୍କ ‘ଡଙ୍କି’ ରିଲିଜ ହେବାର ଗୋଟିଏ ଦିନ ପରେ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ରୋଜଗାର ଦୌଡ଼ରେ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଏହି ବର୍ଷ ଅନେକ ସିନେମା ଆୟରେ ରେକର୍ଡ ଭଙ୍ଗ କରିଛି। ଲକ୍‌ଡାଉନ୍‌ ପରଠାରୁ ସିନେମା ଶିଳ୍ପ ମାନ୍ଦେଇ ଯାଇଥିବା ବେ‌ଳେ ଚଳିତବର୍ଷ କିନ୍ତୁ ଖୁବ୍‌ ସଫଳତା ଆଣିଦେଇଛି। ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଖାନ୍‌ଙ୍କ ସିନେମା ‘ପଠାନ’ରୁ ଏହି ଧାରା ଆରମ୍ଭ ହୋଇ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିଥିବା ଜଣାପଡିଛି। ବର୍ତ୍ତମାନ ଲୋକମାନେ ପ୍ରେକ୍ଷାଳୟରେ ଦକ୍ଷିଣ ଭାରତୀୟ ସିନେମା ‘ସାଲାର’କୁ ଖୁବ୍ ଭଲପାଇବା ଓଜାଡ଼ି ଦେଉଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button