ରାଜ୍ୟ

ସରିଲା ଶ୍ରୀମନ୍ଦିର ନାଟମଣ୍ଡପ ୯୦ ପ୍ରତିଶତ କାମ – Ibnodisha

[ad_1]

ପୁରୀ: ଏବେ ସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଏଏସଆଇ ସୁପରିଟେଣ୍ଡଣ୍ଟଙ୍କ ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । ଆଉ ଅବଶିଷ୍ଟ ମରାମତି କାର୍ଯ୍ୟ ରଥଯାତ୍ରାରେ ଶେଷ ହେବା ନେଇ କୁହାଯାଇଛି । ଯାହା ଏବେ ବିପଦ ମୁକ୍ତ ଅଟେ । ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ କରିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ । ନାଟମଣ୍ଡପ ବିମ୍ ମରାମତି ହେବା ପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ଭକ୍ତ ମାନେ ନିର୍ଭିକ ଭାବେ ଏବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ଭକ୍ତମାନଙ୍କ ଚଳପ୍ରଚଳରେ ମଧ୍ୟ କୌଣସି ବିପଦ ନାହିଁ । ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଏହି ମରାମତି କାର୍ଯ୍ୟ କରାଯାଉଥିଲା । ତେବେ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଥିବା ନେଇ ଏଏସଆଇ ପକ୍ଷରୁ ସୂଚନା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button