ଦେଶ

ମହିଳା ସାମ୍ବାଦିକଙ୍କୁ କ୍ଷମା ମାଗିଲେ ମାଲାୟାଲମ ଅଭିନେତା ସୁରେଶ ଗୋପୀ – Ibnodisha

[ad_1]

ନୂଆଦିଲ୍ଲୀ: ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ଜନୈକା ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ରଖିବା ମହଙ୍ଗା ପଡ଼ିଛି। ଏଥିପାଇଁ ସେ ଶନିବାର ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଦୁଇ ଥର ତାଙ୍କ କାନ୍ଧରେ ହାତ ରଖଥିଲେ। ‘ଏ ଘଟଣାକୁ ନେଇ ମହିଳା ସାମ୍ବାଦିକ ନିଜର ଭାବନା ପ୍ରକାଶ କରି ମୋର ଏ ପ୍ରକାରର ଆଚରଣକୁ ନେଇ କ୍ଷୋଭ ପ୍ରକାଶ ଥିବାରୁ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରୁଛି। ଯଦି ମୋର ଆଚରଣ ତାଙ୍କର ଭାବନାକୁ ଆଘାତ ଦେଇଥାଏ ଅବା କୌଣସି ପ୍ରକାରର ପ୍ରଭାବିତ କରିଥାଏ ତେବେ ତାଙ୍କ ନିକଟରେ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି’ ବୋଲି କହିଛନ୍ତି ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀ। ଶୁକ୍ରବାର ଗୋପୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିବା ବେଳେ ମହିଳା ସାମ୍ବାଦିକଙ୍କ କାନ୍ଧରେ ଦୁଇଥର ନିଜ ହାତକୁ ରଖି ଦେଇଥିଲେ। ପରବର୍ତ୍ତୀ ସମୟରେ ଗୋପୀଙ୍କର ଏ ପ୍ରକାରର ଅନୁପଯୁକ୍ତ ଆଚରଣକୁ ନେଇ ସାମ୍ବାଦିକ ସଂଗଠନଗୁଡ଼ିକ ବିରୋଧ କରିଥିଲେ ଏବଂ ଏହି ମାମଲାରେ ଗୋପୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରଥିଲେ।
ଏଥିସହ ସିପିଆଇ(ଏମ୍‌) ଓ ଏହାର ଯୁବ ଶାଖା ଗୋପୀଙ୍କ ଏହି କାର‌୍ୟ୍ୟକୁ ନିନ୍ଦା କରିବା ସହ ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଥିଲେ। କଂଗ୍ରେସ ବିଧାୟକ ରମେଶ ଚେନ୍ନିଥାଲା ମତ ବ୍ୟକ୍ତ କରି କହିଛନ୍ତି ଯେ ଏଭଳି ପରିସ୍ଥିତିକୁ ଏଡ଼ାଇବା ସବୁବେଳେ ଭଲ ଏବଂ ଏବେ ଗୋପୀ କ୍ଷମା ପ୍ରାର୍ଥନା କରିଥିବାରୁ ଏହି ମାମଲାକୁ ଏହି ଠାରେ ବନ୍ଦ ରଖିବାକୁ ଅନୁମତି ଦିଆଯାଇପାରେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button