ଦେଶ

୫୦ରୁ ଅଧିକ ଥର କାମୁଡ଼ି ୬ ମାସର ପୁଅକୁ ଦରମରା କଲେ ମୂଷା – Ibnodisha

[ad_1]

ନୂଆଦିଲ୍ଲୀ: ଗତ ସପ୍ତାହରେ ଖଟିଆରେ ଶୋଇଥିବା ୬ ମାସର ପିଲାକୁ ମୂଷାମାନେ ୫୦ରୁ ଅଧିକ ଥର କାମୁଡ଼ି ଦରମରା କରି ଦେଇଥିବା କଥା ପୁଲିସଠାରୁ ସୂଚନା ସଂଗ୍ରହ କରି ‘ୟୁଏସ୍‌ଏ ଟୁଡେ’ ରିପୋର୍ଟ କରିଛି।

‘ୟୁଏସ୍‌ଏ ଟୁଡେ’ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୩ ତାରିଖ ଦିନ ଆମେରିକାର ଇଣ୍ଡିଆନାରେ ଉପରୋକ୍ତ ଘଟଣା ଘଟିଥିଲା। ୬ ମାସର ପୁଅ ଦେହ ସାରା ସାଙ୍ଘାତିକ କାମୁଡ଼ା କ୍ଷତ ହୋଇଥିବା କଥା ତା’ର ବାପାଙ୍କଠାରୁ ସୂଚନା ପାଇ ଇଭାନ୍‌ସ୍‌ଭାଇଲ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତା’ପରେ ପିଲାକୁ ଅବହେଳା କରିଥିବା ଓ ଅନ୍ୟାନ୍ୟ ଅପରାଧିକ ମାମଲା ଦର୍ଶାଇ ପୁଲିସ ତା’ର ବାପା ‌ଡେଭିଡ୍‌ ଓ ମାଆ ଏଞ୍ଜେଲ୍‌ ସ୍କୋନାବାଉମ୍‌ଙ୍କୁ ଗିରଫ କରିଛି। ଏହାଛଡ଼ା, ସେ ଘରେ ବାସ କରୁଥିବା ପିଲାର ମାଉସୀ ଡିଲେନିଆ ଥର୍‌ମ୍ୟାନ୍‌ଙ୍କୁ ବି ଉପରୋକ୍ତ ଅଭିଯୋଗରେ ପୁଲିସ ଗିରଫ କରିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ସେପଟେ, ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ପିଲାଟିକୁ ଅନ୍ୟଜଣଙ୍କ ତତ୍ତ୍ବାବଧାନରେ ରଖାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button