ଦେଶ

ଔପଚାରିକତା ସରିଲେ ଭାରତର ନାମ ପରିବର୍ତ୍ତନକୁ ଗ୍ରହଣ କରିବୁ: ଜାତିସଂଘ – Ibnodisha

[ad_1]

ନୂଆଦିଲ୍ଲୀ: ସମସ୍ତ ଔପଚାରିକତା ପୂରଣ କରିବା ପରେ ଜାତିସଂଘ ନିଜ ରେକର୍ଡରେ ଇଣ୍ଡିଆର ନାମ ପରିବର୍ତ୍ତନ କରି ଭାରତ କରିବ ବୋଲି ଜାତିସଂଘ ସଙ୍ଗଠନର ଜଣେ ମୁଖପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି। ଜାତିସଂଘ ମହାସଚିବଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ୍‌ କହିଛନ୍ତି ଯେ, ‘ଯେତେବେଳେ ଇଣ୍ଡିଆ ନାମକୁ ଭାରତକୁ ପରିବର୍ତ୍ତନ କରିବା ପାଇଁ ଔପଚାରିକତା ଶେଷ ହେବ, ସେତେବେଳ ସେମାନେ (ନୂଆଦିଲ୍ଲୀ) ଆମକୁ ଜଣାଇବେ ଏବଂ ଆମେ ଜାତିସଂଘ (ରେକର୍ଡ)ରେ ନାମ ପରିବର୍ତ୍ତନ କରିବୁ।’

ଚଳିତ ସପ୍ତାହରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ବିଦେଶୀ ରାଷ୍ଟ୍ରର ନେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାତ୍ରୀ ଭୋଜନ ନିମନ୍ତ୍ରଣରେ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରାଯିବା ନେଇ ବ୍ୟାପକ ବିବାଦ ସୃଷ୍ଟି ହେବାର କିଛି ଦିନ ପରେ ଜାତିସଂଘର ଏହି ବୟାନ ଆସିଛି।

ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଯୋଗଦେଇ ଦୁଜାରିକ୍‌ କହିଛନ୍ତି, ଏହି ବିତର୍କ ଉପରେ ଜାତିସଂଘ କୌଣସି ମନ୍ତବ୍ୟ ଦେବା ଉଚିତ ନୁହେଁ।

ଏସଂପର୍କରେ ଯେତେବେଳେ ଆନୁଷ୍ଠାନିକତା ବା ଔପଚାରିକତା ସରିବ, ଜାତିସଂଘ ମଧ୍ୟ ନାମ ପରିବର୍ତ୍ତନ କରିବ। ଜାତିସଂଘ କ’ଣ କରିବା ଦରକାର ତାହା ଏକ ଅମଲାତାନ୍ତ୍ରିକ ପ୍ରସଙ୍ଗ ବୋଲି ସେ କହିଛନ୍ତି।

ଜାତିସଂଘର ଶୀର୍ଷ ଅଧିକାରୀ ଗତ ବର୍ଷ ତୁର୍କୀର ନାମ ବଦଳାଇ ତୁର୍କିୟେ କରିବାର ଉଦାହରଣ ଦେଇ କହିଛନ୍ତି ଯେ ଇତିହାସ ଦର୍ଶାଉଛି ଯେ ଏହା ଅନେକ ଦେଶ ପାଇଁ ଅନେକ ଥର ଘଟିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button