ଦେଶ

କମିଲା ସୁନା ଦର – Ibnodisha

[ad_1]

ନୂଆଦିଲ୍ଲୀ : କମିଲା ସୁନା ଦର । ୧୦ ଗ୍ରାମ୍ ସୁନା ଦାମ୍ ୧୦ ଦିନ ମଧ୍ୟରେ ପ୍ରାୟ ୨,୫୦୦ ଟଙ୍କା ଶସ୍ତା ହୋଇଛି। ଶୁକ୍ରବାର ସୁନା ଦାମ୍ କମିଥିବା ଦେଖାଯାଇଛି। ମାତ୍ର ଚାନ୍ଦି ଦାମ୍ ୬ଟଙ୍କା ପ୍ରତି କିଲୋ ବୃଦ୍ଧି ପାଇଛି। ଚାନ୍ଦି ଦାମ୍ ୮୨,୫୦୦ ଟଙ୍କା। ଏମସିଏକ୍ସରେ ସୁନା ଚାନ୍ଦି ଦାମ୍ ଗତ ୧୦ ଦିନ ମଧ୍ୟରେ ଅଧିକ ହ୍ରାସ ହେଉଥିବା ଦେଖାଯାଉଛି। ଏପ୍ରିଲ ୧୬ରେ ସୁନା ଦାମ୍ ପ୍ରାୟ ୭୪ ହଜାର ୧୦ ଗ୍ରାମ୍ ପ୍ରତି ପହଞ୍ଚିଥିଲା। ମାତ୍ର ପରେ ଲଗାତାର ସୁନା ଦାମ୍ ହ୍ରାସ ହେଉଛି। ବର୍ତ୍ତମାନ ସୁନା ଦାମ୍ ୭୧,୪୮୬ ଟଙ୍କା ୧୦ ଗ୍ରାମ୍ ପ୍ରତି ହୋଇଛି। ଅର୍ଥାତ୍ ସୁନା ଦାମ୍ ପ୍ରାୟ ୨,୫୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ଶସ୍ତା ହୋଇଛି। ସେହିପରି ୧୬ ଏପ୍ରିଲ ୨୦୨୪ରେ ଚାନ୍ଦି ଦାମ୍ ୮୫୦୦୦ ଟଙ୍କା ପ୍ରତି କିଲୋ ଅଧିକ ଥିଲା । ଗତ କିଛି ଦିନ ତଳେ ଇସ୍ରାଇଲ-ଇରାନ ମଧ୍ୟରେ ଯୁଦ୍ଧ ବଢିବା ଆଶଙ୍କା କାରଣରୁ ସୁନା ଦାମ୍ ଦ୍ରୁତ ଗତିରେ ବୃଦ୍ଧି ପାଇ ୭୪ ହଜାର ନିକଟତର ହୋଇଥିଲା। ମାତ୍ର ଯୁଦ୍ଧର ଆଶଙ୍କା କମ୍ ହେବାରୁ ସୁନା ଦାମ୍ ହ୍ରାସ ପାଉଥିବା ଦେଖାଯାଉଛି। ବିଶେଷଜ୍ଞଙ୍କ ମତାନୁସାରେ ସୁନା ଦାମ୍ ୭୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମକୁ ହୋଇପାରେ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button