ଦେଶ

ଭୂକମ୍ପରେ ଥରିଲା ନେପାଳ – Ibnodisha

[ad_1]

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ନେପାଳ-ଭାରତ ସୀମା । ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ଆଜି ସକାଳୁ ନେପାଳରେ ଭୂକମ୍ପ ଝଟକା ଲାଗିଛି । ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ପ୍ରାୟ ୫୫ କିଲୋମିଟର ପଶ୍ଚିମରେ ଧାଡିଙ୍ଗରେ ରହିଛି । ତେବେ ବର୍ତ୍ତମାନ ଯାଏ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । ନେପାଳରେ ଆଜି ସକାଳ ପ୍ରାୟ ୭.୨୪ ସମୟରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଥିଲା । ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ-ଏନସିଆରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୬ ରେ ମଧ୍ୟ ନେପାଳର ଅନେକ ସ୍ଥାନରେ ୪.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ଅକ୍ଟୋବର ୩ ରେ ମଧ୍ୟ ନେପାଳର ଅନେକ ସ୍ଥାନରେ ଅପରାହ୍ନ ୨:୪୦ ରେ ଭୂକମ୍ପ ହୋଇଥିଲା । ଏପରିକି ସେତେବେଳେ ୟୁପି, ବିହାର ଏବଂ ଦିଲ୍ଲୀ-ଏନସିଆର ସମେତ ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ସେହିପରି ନେପାଳରେ ୨୦୧୫ରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଫଳରେ ୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button