ରାଜ୍ୟ

ରେଳବାଇ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ – Ibnodisha

[ad_1]

ଗୁଣୁପୁର: ବକେୟା ଟଙ୍କା ଆଦାୟକୁ କେନ୍ଦ୍ର କରି ରେଳବାଇ ଠିକା କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ। ମୃତ ବ୍ୟକ୍ତି ହେଲେ ଅଶୋକ ବରାଡ। ଗୁଣପୁର ରେଲ ଷ୍ଟେସନରେ ପାଣି ସପ୍ଲାଇ କାମ କରୁଥିଲେ ଅଶୋକ ବରାଡ଼। ଗତକାଲି ସନ୍ଧ୍ୟା ୬ଟାରେ ଅଶୋକ ତାଙ୍କ ପୁଅକୁ ଫୋନ୍ କରି କଥା ହୋଇଥିଲେ । ସେ ଜଣେ ବ୍ଯକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ବାକି ଥିବା ନେଇ କହିଥିଲେ। ଯେଉଁ ଲୋକଙ୍କୁ ଟଙ୍କା ବାକି ଥିଲେ ସେମାନେ ମଧ୍ୟ ବାପାଙ୍କୁ କାଶୀନଗର ଆଣୁଛୁ ତୁମେ ଟଙ୍କା ଧରି ପହଞ୍ଚ ବୋଲି ଅଶୋକଙ୍କ ପୁଅକୁ କହିଥିଲେ । ହେଲେ ପୁଅ ଟଙ୍କା ଧରିକି କାଶୀନଗର ପହଞ୍ଚି ସେମାନଙ୍କୁ ଯୋଗାଯୋଗ କରିବାରୁ ପୁଣି ତୁମ ବାପାଙ୍କୁ ଗୁଣୁପୁର ନେଉଛୁ ବୋଲି କହିଥିଲେ ସେହି ଲୋକମାନେ । ଟଙ୍କା ଧରି ଗୁଣୁପୁରକୁ ଆସିବା ବେଳକୁ ତାଙ୍କ ବାପାଙ୍କୁ ମାରିଦେଇ ଦୁର୍ବୃତ୍ତ ମାନେ ଗୁଣୁପୁର ମେଡିକାଲରେ ପକାଇ ପଲେଇ ଥିଲେ ବୋଲି କହିଛନ୍ତି ପୁଅ । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button