ରାଜ୍ୟ

ଭତ୍ତାବୃଦ୍ଧି ଖୁସିରେ ଅଦିନିଆ ହୋଲିପର୍ବ ସାଙ୍ଗକୁ ମକର ପାଳିଲେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଲେ ମୋରଡ଼ା ମିଶନଶକ୍ତି ମହିଳା – Ibnodisha

[ad_1]

 ମୟୂରଭଞ୍ଜ : ମିଶନଶକ୍ତି ମହିଳା ମାନେ ପାଳିଲେ ଅଦିନିଆ ହୋଲିପର୍ବ ସହିତ ମକର। ସମସ୍ତଙ୍କ ମୁହଁରେ ଥିଲା ଖୁସିର ଲହଡ଼ି । ତେବେ ଖୁସିର କାରଣ ଥିଲା ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ପୂର୍ବରୁ ମିଶନଶକ୍ତିରେ କାମ କରୁଥିବା ସମସ୍ତ ମହିଳାଙ୍କ ଭତ୍ତା ଆଶାତୀତ ବୃଦ୍ଧି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁନେଇ ମହିଳାମାନଙ୍କ ମଧ୍ୟରେ ଅଦିନିଆ ପର୍ବର ମାହଲ ସୃଷ୍ଟି କରିଥିଲା। ତେବେ ବିଳମ୍ବ ହେଲେ ମଧ୍ୟ ଦୀର୍ଘଦିନର ଦାବି ପୂରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଶୀର୍ଷାପାଳ ଛକରେ ଆଜି ଏକତ୍ରିତ ହୋଇଥିଲେ ଶତାଧିକ ମିଶନଶକ୍ତି ମହିଳା l ପୂର୍ବପ୍ରସ୍ତୁତି ଅନୁସାରେ ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମାଦଳର ତାଳେ ତାଳେ ମହିଳାମାନେ ନୃତ୍ୟ ପରିବେଷଣ କରିବା ସହ ନିଜ ନିଜ ଭିତରେ ରଙ୍ଗ ଖେଳି ମୋରଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏମବିକେ,ବ୍ୟାଙ୍କ ମିତ୍ର,ସିଆରପି,ସିଏମ,ପ୍ରାଣୀ ମିତ୍ର,କୃଷି ମିତ୍ର,ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଥିବାରୁ ସମସ୍ତ ମହିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫-ଟି ଅଧକ୍ଷ ଭିକେ. ପାଣ୍ଡିଆନ,କମିଶନର ସୁଜାତା ଆର. କାର୍ତ୍ତିକେୟାନଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ l ମିଶନଶକ୍ତି ମହିଳା ସଭାପତି ବିଷ୍ଣୁପ୍ରିୟା ଦାସ, ସମ୍ପାଦିକା ସୁଦୀପ୍ତା ବାରିକ, କୋଷାଧ୍ୟକ୍ଷା ଚିତ୍ରସ୍ମିତା ପୁଟ୍ଟୀ, ନାରୀନେତ୍ରୀ ବିଦ୍ୟୁତପ୍ରଭା ବେହେରା, ସୁକାନ୍ତି ସେଠି, ବ୍ଲକ ଅଧକ୍ଷ ପିଥନାଥ ସୋରେନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ l ସେହିପରି ପ୍ରେସକ୍ଲବ, ମୋରଡ଼ା ସଭାପତି ତଥା ବରିଷ୍ଠ ବିଜେଡ଼ି ନେତା ଘାସିରାମ ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ଆଗାମୀ ନିର୍ବାଚନରେ ମିଶନଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପୁନର୍ବାର ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ସମର୍ଥନ କରି ହାତମୁଠାକୁ ଟାଣ କରିବାକୁ ଆହ୍ଵାନ ଦେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button