ରାଜ୍ୟ
ହାଇୱା ଧକ୍କାରେ ସାଇକେଲ୍ ଆରୋହୀ ମୃତ – Ibnodisha

[ad_1]
ପାରାଦୀପ : ପାରାଦୀପ ବନ୍ଦର ସଂଯୋଗକାରୀ ଜାତୀୟ ରାଜପଥର ଅଠରବାଙ୍କ ଟର୍ମିନାଲ ଛକ ନିକଟରେ ବୁଧବାର ଏକ ହାଇୱା ଏକ ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟଇଛି ।
ପାରାଦୀପ ଉପକଣ୍ଠ ମୂଷାଡିଆ ଗ୍ରାମର ମନୋରଞ୍ଚନ ମଣ୍ଡଳ (୫୪) ମାଛ ପାଇଁ ଅଠରବାଙ୍କୀସ୍ଥିତ ବାଲିପ୍ଲଟ୍କୁ ଆସିଥିଲେ । ସେଠାରୁ ତାଙ୍କ ଘର ମୂଷାଡିଆକୁ ସାଇକେଲ୍ ଯୋଗେ ଫେରୁଥିବା ବେଳେ ହାଇୱା ନଂ. (ଓଡି-୨୧-୧୬୫୦) ଦ୍ରୁତଗତିରେ ଆସି ମନୋରଞ୍ଜନଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକେ ନିକଟସ୍ଥ ଅଠରବାଙ୍କି ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପାରାଦୀପ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
[ad_2]