ରାଜ୍ୟ

ଚଳିତବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ – Ibnodisha

[ad_1]

ବାଲୁଗାଁ : ଏସିଆ ମହାଦେଶର ସର୍ବବୃହତ୍ତମ ହ୍ରଦ ଭାବେ ପରିଚିତ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ଚଳିତ ବର୍ଷ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଛନ୍ତି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଓ ଚିଲିକା ଉର୍ନ୍ନୟନ କର୍ତ୍ତୃପକ୍ଷ (ସିଡିଏ )ର ମିଳିତ ଆନୁକୂଲ୍ୟରେ ଗୁରୁବାର ପକ୍ଷୀ ଗଣନା କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ହୋଇଛି । ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୩୧ହଜାର ୯୨୯ ପକ୍ଷୀ ସମାଗମ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୧ ଲକ୍ଷ ୩୭ ହଜାର ୭୫୯ରେ ପହଞ୍ଚିଛି । ଅର୍ଥାତ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫ ହଜାର ୮୩୦ ଅଧିକ ପକ୍ଷୀ ଚିଲିକାକୁ ଆସିଛନ୍ତି । ୧୫୫୩ ବର୍ଗ କିମି ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ଗତ ବର୍ଷ ଏଠାରେ ୩ ଲକ୍ଷ ୪୨ ହଜାର ୮୯୭ ଟି ପକ୍ଷୀଙ୍କ ସମାଗମ ହୋଇଥିଲା । ଅର୍ଥାତ ଚଳିତ ବର୍ଷ ୪ ହଜାର ୩୮୩ ପକ୍ଷୀ ବୃଦ୍ଧି ପାଇଛି ।

ବିଗତ ବର୍ଷ ଗୁଡିକରେ ୧୮୩ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ଚଳିତ ବର୍ଷ ୧୮୭ ପ୍ରଜାତିର ପକ୍ଷୀ ଆସିଛନ୍ତି । ସେଥିରୁ ବିଦେଶ ଗତ ପକ୍ଷୀ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୩୦ ଓ ଦେଶୀୟ ପକ୍ଷୀ ୭୯ ପ୍ରଜାତିର ୩୮ ହଜାର ୯୪୬ ଥିଲେ । ଏଥର ଅଧିକ ୩ ପ୍ରଜାତିର ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପାଗର ଅନୁକୂଳ ଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଛି । ନୂତନ ଅତିଥି ଭାବେ ଚଳିତ ବର୍ଷ ପଲାଜ ଫିସ ଇଗଲ ଦୃଷ୍ଟି ଗୋଚର ହୋଇଛନ୍ତି । ନଳବଣରେ କେବଳ ୧୮୭ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ନର୍ଦଲ ପିଙ୍କଟେଲ ପ୍ରଜାତିର ୨ ଲକ୍ଷ ୧୮ ହଜାର ୬୧୪ ଥିବାବେଳେ ସର୍ବ ନିମ୍ନ ପେଲିକାନମାତ୍ର ଗୋଟିଏ ଦେଖା ଯାଇଛି । ଗଡ଼ୱାଲ ୧ ଲକ୍ଷ ୫୬ ହଜାର ୬୩୪, ୟୁକ୍ରେସିଆନ ୧ ଲକ୍ଷ ୪୦ ହଜାର ୩୨୨, ବ୍ଲାକଗଡ଼ ଉଟି ୬୬ ହଜାର ୮୫୩, କମନ କୁଟୁ ୬୬ ହଜାର ୫୫୨, ଫ୍ଲେମୀଙ୍ଗୋ ୮୨୦ ସଂଖ୍ୟାରେ ଅଛନ୍ତି । ଆଜି ସକାଳ ୫ଟା ୩୦ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀଗଣନା କାର୍ଯ୍ୟ ଚାଲୁ ରହିଥିଲା ।

ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ୫ଟି ରେଞ୍ଜ ତଥା ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା । ବିଭାଗ ପକ୍ଷରୁ ସମଗ୍ର ଚିଲିକାକୁ ୨୧ ଜୋନରେ ବିଭକ୍ତ କରାଯାଇଥିଲା କ୍ଷ ନଳବଣରେ ୬ଟି ଦଳ ରହି ପକ୍ଷୀ ଗଣନା କରିଥିବାବେଳେ ସ୍ଥଳ ଭାଗରେ ୨ ଟି ଦଳ ଏବଂ ଅବଶିଷ୍ଟ ୧୩ ଟି ଦଳ ଅନ୍ୟାନ୍ୟ ଜୋନ ତଥା ବାଲିପାଟ ଠାରୁ ସାତ ଭାୟା, ରମ୍ଭା, ମଙ୍ଗଳା ଯୋଡ଼ି ଠାରୁ ଭୂଷଣ୍ଡପୁର ଆଦି ଅଞ୍ଚଳରେ ଗଣନା କରିଥିଲେ । ପ୍ରତି ଦଳରେ ୫ରୁ ୬ ଜଣ ପକ୍ଷୀ ଗଣନାକାରୀ ରହିଥିଲେ । ତେବେ ଗଣନା ପ୍ରକ୍ରିୟାରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା,ବାର୍ଡସ ଗାଇଡ଼ ବୁକ ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button