ଅପରାଧ

ଲଜ୍ଜା : ନୂଆବର୍ଷରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ – Ibnodisha

[ad_1]

ନୂଆପଡ଼ା: ନୂଆବର୍ଷରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ୨୦୨୪କୁ ସ୍ୱାଗତ କରିବା ପାଇଁ ନାଚ ଗୀତ ସହ ଭୋଜି ଭାତର ଆସର ଜମିଥିଲା । ସେତିକିବେଳେ ଏହାର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ୩ ଅଭିଯୁକ୍ତଙ୍କୁ କୋମନା ଥାନାରେ ଅଟକ ରଖିଛି ପୋଲିସ । କ୍ରୀଷ୍ଣା ଗାଁରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଯାହାର ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରୁ ଘଟଣାକୁ ନିନ୍ଦା କରାଯାଇଛି । ଏହାସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସୂଚନା ଅନୁସାରେ, ନୂତନ ବର୍ଷ ଅବସରରେ ଜାନୁଆରୀ ୧ ତାରିଖ ଦିନ ଗାଁର ଦୁଇ ଜଣ ନାବାଳିକା ସାଙ୍ଗ ହୋଇ ନିକଟସ୍ଥ ଏକ ସ୍ଥାନକୁ ଭୋଜି କରିବାକୁ ଯାଇଥିଲେ । ସେଠାରେ ରୋଷେଇ କରି ଭୋଜିଭାତ ଖାଇ ଖୁବ ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳିଥିଲେ । ସେମାନେ କଥାବାର୍ତ୍ତା ହୋଇ ନିଜ ଘରକୁ ସାଙ୍ଗ ଫେରିଥିଲେ । ହେଲେ ଜଣେ ସାଙ୍ଗ ଘରକୁ ଫେରିଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା ଜାଣିବାକୁ ମିଳିଥିଲା । ପରିବାର ଲୋକେ ଖୋଜାଖୋଜି କରିବା ବେଳକୁ ଗାଁ ନିକଟସ୍ଥ ଚାଷ ଜମିରେ ଝିଅକୁ ଠାବ କରିଥିଲେ ।

ସେଠାରେ ଥିବା ଏକ ପୋଲ ତଳେ ନାବାଳିକା ଜଣକ ହାତ ମୁହଁ ବନ୍ଧା ହୋଇଥିବା ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ପରେ ଲୋକେ ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ କୋମନା ପୋଲିସ କ୍ରିଷ୍ଣା ଗାଁକୁ ଯାଇ ୩ ଜଣ ଯୁବକଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି । ଆଜି (ବୁଧବାର) ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ତେବେ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା କହିଛନ୍ତି କୋମନା ଆଇଆଇସି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button