ମୀନା ହତ୍ୟା ମାମଲାରେ ପ୍ରେମିକ ସହ ୪ ଜଣଙ୍କୁ ଗିରଫ କଲା ପୁଲିସ – Ibnodisha

[ad_1]
ଦେବଗଡ଼: ରିଆମାଳ ଥାନା ମଧ୍ୟପୁର ଗ୍ରାମର ମିନା କିଷାନ ହତ୍ୟା କାଣ୍ଡର ଫର୍ଦ୍ଦ।ଫାସ ହୋଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପ୍ରେମିକ ସହ ୪ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରେମିକ ସମ୍ବଲପୁର ଜିଲ୍ଲାର ବଲାସିଂଘା ଗ୍ରାମର ପ୍ରମୋଦ କିଷାନ (୨୪), ସହଯୋଗ କରିଥିବା ସମ୍ବଲପୁର ଜିଲ୍ଲାର ବଲାସିଂଘା ଗ୍ରାମର କେଶବ କିଷାନ (୫୦), ରିଆମାଳ ଥାନାର ମଧ୍ୟପୁର ଗ୍ରାମର ଗୁରୁ ଚରଣ ପ୍ରଧାନ (୫୫) ଓ ମଧ୍ୟପୁର ଗ୍ରାମର ପ୍ରଦୀପ ପ୍ରଧାନ (୩୦)କୁ ଗିରଫ କରିଛି ରିଆମାଳ ପୁଲିସ। ମୀନାଙ୍କ ଚରିତ୍ରକୁ ସନ୍ଦେହ କରି ପ୍ରେମିକ ପ୍ରମୋଦ ତାଙ୍କୁ ହତ୍ୟା କରିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସପି ରାମ ପ୍ରସାଦ ସାହୁ ସୂଚନା ଦେଇଥିଲେ । ସୂଚନାନୁସାରେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗରଖୋଲ ଗ୍ରାମର ସୁବନ କିସାନଙ୍କ ଝିଅ ମୃତା ମୀନା ୨ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଳମ ଗ୍ରାମର ଦାଶରଥି କିଷାନଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ ଗୋଟିଏ ସନ୍ତାନ ମଧ୍ୟ ରହିଛି l ତେବେ ମୀନା ନିଜ ସମ୍ପର୍କୀୟ ସମ୍ବଲପୁର ଜିଲ୍ଲାର ବଲାସିଂଘା ଗ୍ରାମର ପ୍ରମୋଦ ନାମକ ଯୁବକ ସହ ପ୍ରେମ ସମ୍ପର୍କ ରଖିବା ସହ କିଛି ବର୍ଷ ପୂର୍ବେ ସ୍ୱାମୀ ଓ ସନ୍ତାନକୁ ଛାଡି ପ୍ରେମିକ ପ୍ରମୋଦଙ୍କ ସହ ଅନ୍ୟତ୍ର ରହି ଆସୁଥିଲା l ତେବେ ସ୍ୱାମୀକୁ ଛାଡି ପ୍ରେମିକ ସହ ରହିବା ପରେ ମଧ୍ୟ ମୀନା ଅନ୍ୟ କେତେକ ଯୁବକଙ୍କ ସହ ସମ୍ପର୍କ ରଖି ଫୋନ ବାର୍ତ୍ତାଳାପ ଜାରି ରଖିଥିଲା l ଟ୍ରକ ଚାଳକ ଭାବେ ଘର ଛାଡି ବାହାରେ ରହୁଥିବା ପ୍ରମୋଦଙ୍କ ଅନୁପସ୍ଥିତିରେ ଅନ୍ୟ ଯୁବକଙ୍କ ସହ ସମ୍ପର୍କକୁ ପ୍ରମୋଦ ସହ୍ୟ କରିନପାରି ମୀନାକୁ ଏଥିରୁ ନିବୃତ୍ତ ରହିବାକୁ ବହୁବାର ବୁଝାଇ ଥିଲା l ମାତ୍ର ମୀନାର ଚରିତ୍ରରେ କୌଣସି ପରିବର୍ତ୍ତନ ଘଟିନଥିଲା l ପରେ ମୀନାକୁ ପ୍ରମୋଦ ରିଆମାଳ ଥାନା ମଧ୍ୟପୁର ଗ୍ରାମରେ ସମ୍ପର୍କୀୟ ଗୁରୁ ଚରଣ ପ୍ରଧାନଙ୍କ ଘରେ ଆଣି ରଖିଥିଲା l ସେହିପରି ଗତ ମାସ ୨୨ରେ ପ୍ରମୋଦ ନିଜ କାର୍ଯ୍ୟସ୍ଥଳୀରୁ ମଧ୍ୟପୁର ଗ୍ରାମକୁ ଆସିଥିବା ବେଳେ ମୀନାକୁ ଅନ୍ୟ ଯୁବକଙ୍କ ସହ ଫୋନରେ କଥା ହେଉଥିବା ଦେଖି ବାରଣ କରିଥିଲା l ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲାl ତେବେ ଗତ ୨୩ ତାରିଖ ଦିନ ରାତିରେ ଖିଆପିଆ ସାରି ଉଭୟ ଶୋଇବାକୁ ଯାଇଥିଲେ।ନିଦରେ ମୀନା ଶୋଇବା ପରେ ପ୍ରେମିକ ପ୍ରମୋଦ ଏକ ଶାଲ ଯୋଗେ ମୀନାର ତଣ୍ଟି ଚିପି ହତ୍ୟା କରିଥିଲା l
[ad_2]




