ଦେଶ

ନିଆରା ଢଙ୍ଗରେ ଶୌଚାଳୟରେ ହେଲା ଦମ୍ପତିଙ୍କ ବିବାହ – Ibnodisha

[ad_1]

ନୂଆଦିଲ୍ଲୀ : ଶୌଚାଳୟରେ ହେଲା ବିବାହ । ଆମେରିକା କେଣ୍ଟୁକିର ଜଣେ ଦମ୍ପତି ବାହାଘର ଲାଗି ଗୋଟିଏ ନିଆରା ସ୍ଥାନ ବଛି ଚର୍ଚ୍ଚାକୁ ଆସିଛନ୍ତି । ଏହି ଦମ୍ପତି ହେଲେ ଲୋଗେନ ଏବିନି ଓ ଟିଆନା ଏଲିଷ୍ଟକ । ଗତ ଫେବୃଆରୀ ୧୪ରେ ଏକ ଶୌଚାଳୟରେ ସେମାନେ ବିବାହ କରିଛନ୍ତି । ରିର୍ପୋଟ ଅନୁସାରେ ଟିୟାନା କେଣ୍ଟୁରିକର ଗୋଟିଏ ବଡ ଷ୍ଟୋର ଚେନ ଏଚଓପି ସପରେ କାମ କରନ୍ତି । ସେହି ଷ୍ଟୋର ନିଜର ବାଥରୁମ ଲାଗି ପ୍ରସିଦ୍ଧ । ସେଠାରେ ଏକ ବଟନ ଚିପି ଦେଲେ ବାଥରୁମଟି ଏକ ଡାନ୍ସ ଫ୍ଲୋରରେ ପରିଣତ ହୋଇଯାଏ । ଏସମ୍ପର୍କରେ ଟିୟାନା କହିଛନ୍ତି, ସେ କହିଛନ୍ତି ଆମେ ସଧାରଣ ଲୋକଙ୍କ ଭଳି ବାହା ହେବାକୁ ଚାହୁଁ ନଥିଲୁ ଆମେ ଏକ ନିଆରା ଢଙ୍ଗରେ ବାହା ହେବାକୁ ଚାହୁଁଥିଲୁ । ଆମକୁ ବାହାଘର ଦେଖି ମଜା ଲାଗିଲା ଭଳି ବାହା ହେବାକୁ ଚାହୁଁଥିଲୁ । ମୁଁ ଏନେଇ ମୋ ଭାବୀ ସ୍ବାମୀଙ୍କୁ କହିଥିଲି । ପ୍ରଥମେ ମୁଁ ଶୌଚାଳୟ ନୁହେଁ ବରଂ ମୁଁ ଆମ ଷ୍ଟୋରରେ ବାହା ହେବାକୁ ଚାହୁଁଥିଲି ହେଲେ ମୋ ଭାବୀ ସ୍ବାମୀ ଏ ସମ୍ପର୍କରେ କିଛି ମୁଁହ ଖୋଲି ନଥିଲେ । ପରେ ଏ କଥା କହିବାରୁ ସେ ଶୁଣି ରାଜି ହୋଇଯାଇଥିଲେ । ପରେ ଏ ସମ୍ପର୍କରେ ମୁଁ ମୋ ବସ୍ ଙ୍କୁ ଭି କହିଥିଲି ଏହା ଶୁଣି ବସ୍ ପୁରା ଖୁସି ହୋଇଯାଇଥିଲେ । ବାଥୁରୁରେ ବାହାଘର ହେଉଥିବା ସମୟରେ ଅତିଥି ମାନେ ବାହାରୁ ଥାଇ ଦେଖୁଥିଲେ । ବାହାଘର ପରେ ଆମେ ଷ୍ଟୋରରେ ଥିବା ପରିଜନ ଏବଂ ସମ୍ପର୍କୀୟ ମାନଙ୍କୁ ଏକ ଭୋଜି ଦେଇଥିଲୁ । ଏପରି ବିବାହ କରି ସେ ବହୁତ ଟଙ୍କା ସଞ୍ଚୟ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button