ଦେଶ

ଜମ୍ମୁରେ ପାକିସ୍ତାନ ସେନାର ଅକାରଣ ଗୁଳି ଚାଳନା; ୨ ‘ବିଏସ୍‌ଏଫ୍‌’ ଯବାନ ଆହତ – Ibnodisha

[ad_1]

ନୂଆଦିଲ୍ଲୀ: ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍‌ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଜାରି କରିଥିବା ବିବୃତିରେ ‘ସୀମା ସୁରକ୍ଷା ବଳ’ (ବିଏସ୍‌ଏଫ୍‌) କହିଛି, ମଙ୍ଗଳବାର ସକାଳ ପ୍ରାୟ ୮.୧୫ରେ ପାକିସ୍ତାନ ରେଞ୍ଜର୍‌ମାନେ ଆର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ବିକ୍ରମ ପୋଷ୍ଟ୍‌ ଉପରକୁ ଗୁଳି ଚଳାଇବାରୁ ‘ବିଏସ୍‌ଏଫ୍‌’ ଯବାନମାନେ ପାଲଟା ଗୁଳି ଚଳାଇଲେ। ଏହି ଗୁଳି ବିନିମୟରେ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଗୁଳି ଚୋଟରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି।
ବିଶେଷସୂତ୍ରରୁ ଜଣାପଡ଼ିଛି, ଏହି ଗୁଳିକାଣ୍ଡ ଘଟଣା ପାକିସ୍ତାନ୍‌ ରେଞ୍ଜର୍‌ ଆଗରେ ଉପସ୍ଥାପନ କରାଯିବା ସହିତ ସେମାନଙ୍କ ନିକଟରେ ପ୍ରତିବାଦ କରାଯିବ।
ବିଶେଷସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଅପରପାର୍ଶ୍ବରେ ଥିବା ପାକିସ୍ତାନର ଇକ୍‌ବାଲ୍‌ ଓ ଖାନ୍ନୋର୍‌ ପୋଷ୍ଟ୍‌ରୁ ଉପରୋକ୍ତ ୨ ‘ବିଏସ୍‌ଏଫ୍‌’ ଯବାନଙ୍କୁ ଆକ୍ରମଣ କରିବା ଲାଗି ‘ସ୍ନାଇପର୍‌’ ବ୍ୟବହାର କରାଯାଇଥିଲା।
‘ବିଏସ୍‌ଏଫ୍‌’ ଯବାନ ଦୁହେଁ ପୋଷ୍ଟ୍‌ ନିକଟରେ କିଛି ବିଜୁଳି କାର୍ୟ୍ୟ (ଇଲେକ୍ଟ୍ରିଫିକେସନ୍‌) କରୁଥିବା ବେଳେ ପାକିସ୍ତାନ ରେଞ୍ଜର୍‌ ଗୁଳି ଚଳାଇଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୧ ଫେବ୍ରୁଆରି ୨୫ ତାରିଖରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ରାଜିନାମା ସ୍ବାକ୍ଷର କରିଥିଲେ। ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟର୍‌ରେ ନିଷ୍ଠାର ସହିତ ଅସ୍ତ୍ରବିରତି ପାଳନ କରିବେ ବୋଲି ଦୁଇ ଦେଶ ଏହି ରାଜିନାମାରେ ସମ୍ମତ ହୋଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button