ଦେଶ

କେବଳ କେଶ ନୁହେଁ ଘର ସଫା ପାଇଁ ଏପରି ବ୍ୟବହାର କରନ୍ତୁ ରିଠା ଫଳ

ଅଧିକାଂଶ ଲୋକ ରିଠା ଫଳକୁ କେବଳ କେଶ ସଫା କିମ୍ବା କେଶଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ। କିନ୍ତୁ କେବଳ କେଶ ପାଇଁ ନୁହେଁ ବରଂ ଅନେକ କାର୍ଯ୍ୟରେ ବ୍ୟବହାର କରିପାରିବେ। ରିଠାକୁ ସୋପ୍‌ ନଟସ୍‌ ମଧ୍ୟ କୁହାଯାଏ। ଘରକୁ ସଫା କରିବା ପାଇଁ ରିଠା ଫଳକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କେଉଁ କେଉଁ କାର୍ଯ୍ୟରେ ରିଠା ଫଳକୁ ବ୍ୟବହାର କରିପାରିବେ।

seed

– ଘରର ଝରକାକୁ ସଫାକରିବାକୁ ଚାହୁଁଥିଲେ, ରିଠା ଫଳର ପାଣିକୁ ସାଧା ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ରଖିଦିଅନ୍ତୁ। ଏହାକୁ ଝରକାରେ ସ୍ପ୍ରେ କରିବା ପରେ କପଡାରେ ପୋଛିଦିଅନ୍ତୁ।

– ରୂପା ଗହଣା କଳା ପଡିଯାଇଥିଲେ ଏହାକୁ ଆପଣ ରିଠା ପାଣିରେ ସଫା କରିପାରିବେ। ଫଳରେ ରୂପା ଜିନିଷ ଚକ୍‌ଚକ୍‌ କରିବ।

ritha

– ରିଠାକୁ ଏକ ନ୍ୟାଚୁରାଲ ହ୍ୟାଣ୍ଡଓ୍ଵାଶ ବୋଲି କୁହାଯାଏ। ଏହାକୁ ଆପଣ ହାତ ଧୋଇବା ପାଇଁ ବ୍ୟବହାର କରିପାରିବେ। ଏହାକୁ ଅଧିକ ଦିନ ରଖିବା ପାଇଁ ସେଥିରେ ଲେମ୍ବୁରସ ମିଶାଇ ଅଧିକ ଦିନ ପର୍ଯ୍ୟନ୍ତ ରଖିପାରିବେ।

– ଗାଲିଚାରେ ଲାଗିଥିବା ଦାଗକୁ ସଫା କରିବା ପାଇଁ ରିଠା ଫଳକୁ ବ୍ୟବହାର କରିପାରିବେ। ରିଠା ପାଣିକୁ ଦାଗ ଲାଗିଥିବା ଜାଗାରେ ସ୍ପ୍ରେ କରିବା ପରେ ଏହାକୁ ଖରାରେ ରଖିଦିଅନ୍ତୁ, ଦାଗ ଆପେ ଆପେ ଗାଏବ ହୋଇଯିବ।

nut

– ଯଦି ଆପଣଙ୍କ ଘରେ କୌଣସି ପୋଷା ଜୀବଜନ୍ତୁ ଅଛନ୍ତି, ସେମାନଙ୍କୁ ଗାଧୋଇବା ପାଇଁ ଆପଣ ରିଠା ଫଳର ବ୍ୟବହାର କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button