ଦେଶ
ପାକିସ୍ତାନ ଆଗରେ ନେହୁରା ହେଲେ ତାଲିବାନ ସରକାର – Ibnodisha
[ad_1]
କାବୁଲ: ପାକିସ୍ତାନ ସରକାର ବିନା ଦସ୍ତାବିଜ ଥିବା ୧୭ଲକ୍ଷ ଆଫଗାନସ୍ତାନୀଙ୍କୁ ନଭେମ୍ବର ୧ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶ ନ ଛାଡିଲେ ଜୋରଜବରଦସ୍ତି ହଟା ଯିବ ବୋଲି ପାକିସ୍ତାନ ସରକାର କହିଥିଲେ । ପାକ୍ ଅଧିକାରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୧ଲକ୍ଷ ୩୦ହଜାର ପ୍ରବାସୀ ପାକିସ୍ତାନ ଛାଡି ସାରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ।
ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିକୁ ତାଲିବାନ ସରକାର ନିନ୍ଦା କରୁଥିବାବେଳେ ଏବେ ନେହୁରା ହେଉଥିବାର ଦେଖିବାକୁ ମିଳିଛି । ପ୍ରଥମେ ପ୍ରଥମେ ତ ତାଲିବାନୀ ଅଧିକାରୀମାନେ ପାକିସ୍ତାନକୁ ଧନ୍ୟବାଦ ଦେଲେ ଯେ, ଦୀର୍ଘ ଶତାଦ୍ଦୀ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ପଳାୟନ କରିଥିବା ଶରଣାର୍ଥୀଙ୍କୁ ପାକିସ୍ତାନ ଶରଣ ଦେଇଛି । ମାତ୍ର ଏବେ ଅଧିକାରୀମାନେ ପାକିସ୍ତାନ ସରକାରଙ୍କୁ ନେହୁରା ହେଉଛନ୍ତି କି, ଆଫଗାନୀଙ୍କୁ ଦେଶରୁ ବିତାଡିତ ନ କରି ସେମାନଙ୍କୁ ଦେଶ ଛାଡିବାକୁ କିଛି ସମୟ ଦିଆଯାଉ ।
[ad_2]