ଦେଶ

ମୋ ଶରୀରକୁ ଗିରଫ କରିପାରିବ, ଚିନ୍ତାଧାରାକୁ ନୁହେଁ: ଅରବିନ୍ଦ କେଜ୍ରିଓ୍ବାଲ – Ibnodisha

[ad_1]

ନୂଆଦିଲ୍ଲୀ: ମୋ ଶରୀରକୁ ଗିରଫ କରିପାରିବ, ଚିନ୍ତାଧାରାକୁ ନୁହେଁ। ମଧ୍ୟପ୍ରଦେଶ‌ରେ ‘ରୋଡ୍‌ସୋ’ ସମୟରେ ଏଭଳି କହିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସମନ ଅନୁସାରେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) କାର୍ଯ୍ୟାଳୟରେ କେଜ୍ରିୱାଲଙ୍କୁ ହାଜର ହେବାର ଥିଲା। ହେଲେ ସେ ହାଜର ନ ହୋଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ଙ୍କ ସହିତ ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ଯାଇ ‘ରୋଡ୍‌ସୋ’ କରିଥିଲେ। ଏହି ସମୟରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି କେଜ୍ରିୱାଲ କହିଥିଲେ, “ଯେପରି ଦିଲ୍ଲୀ ଏବଂ ପଞ୍ଜାବର ଲୋକମାନେ ଯାଦୁ କରିଥିଲେ ଠିକ୍ ସେହିପରି ମଧ୍ୟପ୍ରଦେଶର ଲୋକମାନେ ଆଗାମୀ ଦିନରେ ଯାଦୁ କରିବେ।

ମୁଁ ଜାଣେ ନାହିଁ ଯେ ଭୋଟ ଗଣନା ଦିନ ମୁଁ ଜେଲରେ ଥିବି କି ଅନ୍ୟ କେଉଁଠି ଥିବି। କିନ୍ତୁ ସମସ୍ତେ ଏହା କହିବା ଉଚିତ୍ ଅରବିନ୍ଦ କେଜ୍ରିୱାଲ ସିଙ୍ଗ୍ରୌଲି ଆସିଥିଲେ ଏବଂ ଆମେ ତାଙ୍କୁ ଏକ ଐତିହାସିକ ବିଜୟ ଦେଲୁ।” ସେ ଆହୁରି କହିଛନ୍ତି, “ଦିଲ୍ଲୀରେ ସେମାନେ ମୋତେ ପ୍ରତିଦିନ ଗିରଫ କରିବେ ବୋଲି ଧମକ ଦେଉଛନ୍ତି। ହେଲେ ସେମାନେ ଜାଣିନାହାନ୍ତି ଯେ, ସେମାନେ କେଜ୍ରିୱାଲଙ୍କ ଶରୀରକୁ ଗିରଫ କରିପାରିବେ, କିନ୍ତୁ ତାଙ୍କ ଚିନ୍ତାଧାରାକୁ ନୁହେଁ। ସେମାନେ ଲକ୍ଷ ଲକ୍ଷ କେଜ୍ରିୱାଲଙ୍କୁ କିପରି ଗିରଫ କରିବେ? ୧୦ବର୍ଷ ଧରି କ୍ଷମତାରେ ରହି ଦେଶରେ କେତେ ବିଦ୍ୟାଳୟ ନିର୍ମାଣ କରିଛ ବୋଲି ଆଜି ସମସ୍ତେ ପଚାରୁଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button