ଦେଶ

ପ୍ରେମିକାକୁ ପିଜା ଦେବାକୁ ଆସି ୪ ମହଲା ଛାତ ଉପରୁ ଖସି ପଡିଲା ପ୍ରେମିକ…. – Ibnodisha

[ad_1]

ହାଇଦ୍ରାବାଦ: ପ୍ରେମିକାକୁ ପିଜା ଦେବାକୁ ଆସି ୪ ମହଲା ଛାତ ଉପରୁ ଖସି ପଡିଲେ ଯୁବକ । ଛାତ ଉପରେ ପ୍ରେମିକା ସହ କଥା ହେଉଥିବା ବେଳେ ଘଟିଲା ଅଘଟଣ । ପ୍ରେମିକାର ବାପାକୁ ଡରି ଛାତ ଉପରୁ ଡେଇଁ ପଡି଼ଥିଲେ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ବେଳେ ଯୁବକଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ବୋରବନ୍ଦା ଅଞ୍ଚଳରେ । ସୂଚନା ଅନୁସାରେ, ୨୦ ବର୍ଷୀୟ ସୋଏବ ନାମକ ଜଣେ ଯୁବକ ହାଇଦ୍ରାବାଦର ବୋରବନ୍ଦା ଅଞ୍ଚଳରେ ଥିବା ଏକ ବେକେରୀ ସପ୍ରେ ଡେଲିଭରି ବୟ ଭାବରେ କାମ କରନ୍ତି । କିଛିଦିନ ପୂର୍ବରୁ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ସୋଏବଙ୍କ ପରିଚିତ ହୋଇଥିଲା । ଧିରେ ଧିରେ ଏହା ପ୍ରେମରେ ପରିଣତ ହେବା ସହ ଦୁହେଁ ଦୁହିଁକୁ ଭଲପାଇ ବସିଥିଲେ । ତେବେ ଶନିବାର ରାତିରେ ଯୁବତୀ ଜଣଙ୍କ ସୋଏବଙ୍କୁ ପିଜା ଆଣିଦେବା ପାଇଁ କହିଥିଲେ ।

ଏହାପରେ ସୋଏବ ମଧ୍ୟରାତ୍ରିରେ ପିଜା ନେଇ ଯୁବତୀଙ୍କ ଘରକୁ ଯାଇଥିଲେ । ସେଠାରେ ଯୁବତୀଙ୍କୁ ପିଜା ଦେବା ସହ ଛାତ ଉପରକୁ ଯାଇ ତାଙ୍କ ସହ କଥା ହେଉଥିଲେ । ସୋଏବ ଯୁବତୀଙ୍କ ସହ କଥା ହେଉଥିବା ବେଳେ ହଠାତ ଯୁବତୀଙ୍କ ବାପା ଛାତର ଉପର ମହଲା ଆଡ଼କୁ ଆସିଥିଲେ । ଏହା ଜାଣି ସୋଏବ ଭୟରେ ସେଠାରୁ ପଳାଇ ଯିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ସୋଏବ ଛାତ ଉପରୁ ନିଜ ଭାରସ୍ୟାମ ହରାଇ ଚାରି ମହଲା ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ତଳେ ପଡିବା ପରେ ସୋଏବଙ୍କୁ ଗଭୀର ଆଘାତ ଲାଗିଥିଲା । ଏନେଇ ସୋଏବଙ୍କ ବାପାମାଆଙ୍କୁ ଖବର ଦିଆଯାଇଥିଲା । ତେବେ ଘଟଣାସ୍ଥଳରେ ସୋଏବଙ୍କ ବାପା ପହଞ୍ଚି ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୋଏବଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button