ଦେଶ

ମଦ ପିଆଇ ହୋଟେଲ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ୫ ଗିରଫ – Ibnodisha

[ad_1]

ଆଗ୍ରା: ଆଗ୍ରାସ୍ଥିତ ଏକ ହୋଟେଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ମଦ୍ୟପାନ କରିବାକୁ କିଛି ପିଲା ବାଧ୍ୟ କରିବା ପରେ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ପୁଲିସକୁ କହିଛନ୍ତି ଯେ ତାଙ୍କର ଜଣେ ବନ୍ଧୁ ଓ ବନ୍ଧୁଙ୍କର କିଛି ସହଯୋଗୀ ମିଶି ତାଙ୍କୁ ମଦ ପିଇବାକୁ ବାଧ୍ୟ କଲେ। ହେଲେ ସେ ବିରୋଧ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ତାଙ୍କୁ ଜବରଦସ୍ତ ପିଆଇବା ସହ ଏକ କୋଠରୀ ଭିତରକୁ ଟାଣି ନେଇ ଯାଇଥିଲେ।

ମହିଳାଙ୍କ ବୟାନକୁ ନେଇ ପୁଲିସ୍‌ ଏକ ମମାମଲା ରୁଜୁ କରିବା ପାର ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁଷ୍କର୍ମ, ନିର୍ଯାତନା ତଥା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଅନ୍ୟାନ୍ୟ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ୪ ଜଣ ପୁରୁଷଙ୍କ ସହ ଜଣେ ମହିଳାଙ୍କୁ ବି ଗିରଫ କରାଯାଇଛି। ଦୁଷ୍କର୍ମରୁ ବଞ୍ଚିଥିବା ମହିଳାଙ୍କୁ ଏବେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

ଜାଣିବାକୁ ମିଳିଛି ଯେ ମହିଳା ଜଣକ ସେହି ହୋଟେଲରେ ଜଣେ କର୍ମଚାରୀ ଥିଲେ ଏବଂ ସେଠାରେ ପ୍ରାୟ ଦେଢ଼ ବର୍ଷ ହେବ କାମ କରୁଥିଲେ। ସେହି ସମୟର ଏକ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିିଛି ଯେ ଜଣେ ବ୍ୟକ୍ତି କୋଠରୀ ଭିତରକୁ ମହିଳାଙ୍କୁ ଟାଣି ଟାଣି ନେଉଛନ୍ତି। ମହିଳା ଜଣକ ଅନୁନୟ ହୋଇ ସାହାଯ୍ୟ ମାଗୁଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button